Saturday , April 1 2023
Breaking News
Home / ବିଶେଷ / କହ୍ନେଇଲାଲ ଜୀଉଙ୍କ ଟ୍ରଷ୍ଟବୋର୍ଡ଼ ଗଠନ ଦାବିରେ ହାଇକୋର୍ଟ ରେ ଜନସ୍ୱାର୍ଥ ମାମଲା ରୁଜୁ

କହ୍ନେଇଲାଲ ଜୀଉଙ୍କ ଟ୍ରଷ୍ଟବୋର୍ଡ଼ ଗଠନ ଦାବିରେ ହାଇକୋର୍ଟ ରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ, ୧୨/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ପାଟକୁରା ଥାନା ନିକଟରେ ପ୍ରସିଦ୍ଧ କହ୍ନେଇଲାଲ ଜୀଉଙ୍କ ପୀଠ ସ୍ଥଳି । ଏହାର ସୁପରିଚାଳନା ପାଇଁ ଏକ ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନ କରାଯିବା ପାଇଁ ହାଇକୋର୍ଟ ରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଉଲେଖନୀୟ ଏହିକି ଶ୍ରୀ କହ୍ନେଇଲାଲ ଜୀଉଙ୍କ ମନ୍ଦିର ପରିଚାଳନା ପାଇଁ ପୂର୍ବରୁ ଏହା ଦେବୋତର ବିଭାଗ ଅଧିନରେ ରହିଛି । ପୂର୍ବରୁ ଗଢ଼ାଯାଇଥିବା ଟ୍ରଷ୍ଟ ବୋର୍ଡ଼  ୨୦୧୮ ମସିହା ଜାନୁଆରୀ ମାସରୁ ଏହାର କାର୍ଯ୍ୟକାଳ ସମାପ୍ତ ହୋଇଛି । ପରେ ୬ ମାସ ପାଇଁ ଥିବା ବର୍ଦ୍ଧିତ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇଛି । ପରେ ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନ କରିବା କୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବାରୁ ଶ୍ରୀ ଜୀଉଙ୍କ ପୂଜାର୍ଚ୍ଚନା , ନୀତିକାନ୍ତି , ଜମି ଜମା ରକ୍ଷଣା ବେକ୍ଷଣ ଓ ନିଲାମି ଇତ୍ୟାଦି ହେବା ନେଇ ଅଚଳାବସ୍ଥା ଦେଖାଦେଇଛି । ଏ ସମ୍ପର୍କରେ ଶ୍ରଦ୍ଧାଳୁମାନେ ଦେବୋତର କମିଶନରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ । ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନ ପାଇଁ ଗତ ୬ ନଭେମ୍ବର ୨୦୧୯ ରେ କେନ୍ଦ୍ରାପଡ଼ା ଦେବୋତର ନିରୀକ୍ଷକ ଗ୍ରାମ ସଭା ପାଇଁ ଏକ ସରକାରୀ ବିଜ୍ଞାପନ ଦେଇଥିଲେ ।  ହେଲେ ୧୫ ଦିନ ପରେ ପୁଣି ଏକ ନୋଟିସ ଦେଇ ଗ୍ରାମ ସଭା ନୋଟିସ କୁ ବାତିଲ କରିଦେଇଥିଲେ । ତେଣୁ ଶ୍ରୀ ଜୀଉଙ୍କ ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନ କରିବା ଉଦେଶ୍ୟ ପ୍ରଣୋଦିତ ଭାବରେ ବହୁ ବିଳମ୍ବ ହୋଇଥିବାରୁ ଗତ ୬ ତାରିଖରେ ପାଟକୁରା ଗ୍ରାମର ନିଶାମଣି ନନ୍ଦି, ରାମଚନ୍ଦ୍ର ନନ୍ଦି , ଅକ୍ଷୟ ବାରିକ, ବିଜୟ ବେହେରା ପ୍ରମୁଖ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରି ଶୀଘ୍ର ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନ କରିବାକୁ ଆପତି କରିଛନ୍ତି । ମାନ୍ୟବର କୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.