ଗରଦପୁର, ୧୨/୦୫/୨୦୨୧(ଓଡ଼ିଶା ସମାଚାର)- ଯୁବ ବିଜେଡ଼ି କର୍ମୀ ତଥା ପାଟକୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ଆଇଟି ସେଲ ସଂଯୋଜକ ଆଲୋକ କୁମାର ମାହାଳି ଙ୍କୁ ବିଜେଡ଼ି କେନ୍ଦ୍ରାପଡ଼ା ଜିଲାର ଡ଼ିଜିଟାଲ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛଇ ।ଏ ନେଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇବା ସହ ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ , ଜିଲା ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ଦାସ ଙ୍କ ସମେତ ଜିଲାର ସମସ୍ତ ବିଧାୟକ ଓ ବିଧାୟିକା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ଶ୍ରୀ ମାହାଳିଙ୍କ ନବ ନିଯୁକ୍ତି ପାଇଁ ଗରଦପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ସରପଂଚ ପ୍ରକାଶ ଚନ୍ଦ୍ର ସାହୁ , ସରପଂଚ ଅନୁଜ ମହାନ୍ତି , ଦିଲିପ ସେଠୀ , ଅଶୋକ ଜେନା, ସନ୍ତୋଷ କୁମାର ମାହାଳି, ପ୍ରବୀର ପରିଜା, ସଂଜୟ ସ୍ୱାଇଁ, ଦିପକ କୁମାର ରାଉତ, ବିଶ୍ୱରଂଜନ ସ୍ୱାଇଁ, ଶୈଳେନ୍ଦ୍ର ମହାନ୍ତି , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ଦିଲିପ ସାହୁ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର