Tuesday , March 28 2023
Breaking News
Home / ବିଶେଷ / ଆଦର୍ଶ ସମାଜସେବୀ କାଥରିନ ଦାସଙ୍କ ପରଲୋକ

ଆଦର୍ଶ ସମାଜସେବୀ କାଥରିନ ଦାସଙ୍କ ପରଲୋକ

କେନ୍ଦ୍ରାପଡ଼ା, ୧୨/୦୫/୨୦୨୧(ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ତଥା ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର କୁମାର ଦାସଙ୍କ ପତ୍ନୀ କାଥରିନ ଦାସଙ୍କର ଗତ ମଙ୍ଗଳବାର ରାତିରେ ୭୦ବର୍ଷ ବୟସରେ ସଲ୍ଟଲେକ ସିଟିର ୟୁଠା ଠାରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗ ଖବର କେନ୍ଦ୍ରାପଡାରେ ପହଁଚିବା ପରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ସେ ଆମେରିକାରେ ରହୁଥିଲେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରେ ବସବାସ କରୁଥିବା ଗରୀବ ଲୋକଙ୍କ କଥା ସର୍ବଦା ଚିନ୍ତା କରୁଥିଲେ । ଦୀର୍ଘବର୍ଷ ଧରି ଜିଲ୍ଲାର ଗରୀବ, ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତି ପ୍ରଦାନ ତାଙ୍କର ମୁଖ୍ୟଲକ୍ଷ୍ୟ ଥିଲା । ପ୍ରତିବର୍ଷ ଟ୍ରଷ୍ଟର ବାର୍ଷିକ ଉତ୍ସବରେ ଜିଲ୍ଲାର ୫ଶହ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବୃତି ପ୍ରଦାନ କରାଯାଇଥାଏ । ସ୍ୱର୍ଗତା ଦାସ ଗତ ୧୯୯୯ମସିହା ମହାବାତ୍ୟା ପରବର୍ତି ସମୟରେ ଓଡିସାର କୋଣ ଅନୁକୋଣରେ ପ୍ରପିଡିତମାନଙ୍କୁ ଆକୁଣ୍ଠ ଚିତରେ ସାହାଯ୍ୟ କରିଥିଲେ । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ସ୍ୱାମୀ ଦେବେନ୍ଦ୍ର, ଏକମାତ୍ର ପୁତ୍ର ସୁନିତ, ବୋହୁ ମିସେଲ ଓ ନାତୁଣି ଦେବୀ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଡା.ଅଲେଖ ଚନ୍ଦ୍ର ଦାସ, ଡା. ବିଶ୍ୱ ପ୍ରକାଶ କାନୁନଗୋ, ଡା. ସଚିଦାନନ୍ଦ ଦାସ,ଡା. ବିଧୁଭୂଷଣ ଦାସ, ଆଇନଜୀବି ଅକ୍ଷୟ କୁମାର ମହାନ୍ତି, ଉମେଶ ଚନ୍ଦ୍ର ସିଂ, ଆଶିଷ ସେନାପତି, ସାମ୍ବାଦିକ ଚିତରଞ୍ଜନ ଦାସ, ଲକ୍ଷ୍ମୀକାନ୍ତ ନାୟକ, ଗୋଲଖ ଚନ୍ଦ୍ର ପଢିଆରୀ, କବି ସୁବାଷ ପାତ୍ର, ମନୋଜ ଦାସ, ଶିକ୍ଷାବୀତ ଈଶ୍ୱର ଚନ୍ଦ୍ର ସାହୁ, ନୃସିଂହ ଚରଣ ତ୍ରିାପାଠୀ, ପ୍ରାକ୍ତନ ବ୍ୟାଙ୍କ ପ୍ରଶାସକ ଗୁରୁ ପ୍ରସାଦ ମହାନ୍ତି, ଗାୟତ୍ରୀ ମହାନ୍ତି, ନଳିନୀକାନ୍ତ ମହାନ୍ତି, ସୁଶିଲ ସାମଲ, ଟ୍ରଷ୍ଟର ସଂଯୋଜକ ତଥା ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତା ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.