Saturday , December 4 2021
Home / ତାଜା ଖବର / ଆଉ ୧୦୯୮୨ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୧୭ ମୃତ

ଆଉ ୧୦୯୮୨ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୧୭ ମୃତ

ଭୁବନେଶ୍ୱର,୧୨/୦୫/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୯୮୨ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୪୯ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪୮୩୩ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୩୯ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦୩ଜଣ, ବରଗଡ଼ ଜିଲ୍ଲାରୁ ୪୩୧ଜଣ, ଭଦ୍ରକ ଜିଲ୍ଲାରୁ ୨୩୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୨୬ଜଣ, ବୌଦ୍ଧ ଜିଲ୍ଲାରୁ ୧୮୦ଜଣ, କଟକ ଜିଲ୍ଲାରୁ ୮୮୫ଜଣ, ଦେଓଗଡ଼ ଜିଲ୍ଲାରୁ ୧୨୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୮୯ଜଣ, ଗଜପତି ଜିଲ୍ଲାରୁ ୧୧୧ଜଣ, ଗଞ୍ଜାମ ଜିଲ୍ଲାରୁ ୧୭୭ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩୨ଜଣ, ଯାଜପୁର ଜିଲ୍ଲାରୁ ୩୪୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୮୦ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭୦ଜଣ, କନ୍ଧମାଳ ଜିଲ୍ଲାରୁ ୧୩୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୧ଜଣ, କେନ୍ଦୁଝର ଜିଲ୍ଲାରୁ ୨୫୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫୩୯ଜଣ, କୋରାପୁଟ ଜିଲ୍ଲାରୁ ୧୯୫ଜଣ, ମାଲକାନଗିରି ଜିଲ୍ଲାରୁ ୭୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୩୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୩୫ଜଣ, ନୟାଗଡ଼ ଜିଲ୍ଲାରୁ ୧୯୨ଜଣ, ନୂଆପଡ଼ା ଜିଲ୍ଲାରୁ ୩୭୮ଜଣ, ପୁରୀ ଜିଲ୍ଲାରୁ ୩୯୮ଜଣ, ରାୟଗଡା ଜିଲ୍ଲାରୁ ୨୧୨ଜଣ, ସମ୍ବଲପୁର ଜିଲ୍ଲାରୁ ୪୫୪ଜଣ, ସୋନପୁର ଜିଲ୍ଲାରୁ ୨୧୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୬୪ଜଣ, ଷ୍ଟେଟ ପୁଲ୍ ରୁ ୩୩୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬୫୬୪୮ରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଅନୁଗୁଳରୁ ୩ ଜଣ, ବାଲେଶ୍ଵରରୁ ଜଣେ , ବୌଦ୍ଧରୁ ଜଣେ, ଭୁବନେଶ୍ଵରରୁ ୨ଜଣ , ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ୨ଜଣ, ଖୋର୍ଦ୍ଧାରୁ ଜଣେ , ନୂଆପଡାରୁ ୨ଜଣ , ପୁରୀରୁ ଜଣେ ଏବଂ ସୁନ୍ଦରଗଡରୁ ୨ ଲେଖାଏଁ ଆକ୍ରାନ୍ତ  ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୩୨ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୬୫୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୬୫୧୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  । କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୩୨ ହୋଇଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଅନ୍ୟ ରୋଗରେ ହୋଇଛି । ଆଉ ୯୮୨୩୦ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା  ରାଜ୍ୟରେ ୧୦୬୬୧୬୪୭ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ବିଶ୍ୱ ଏଡସ୍ ଦିବସ ପାଳିତ 

କେନ୍ଦ୍ରାପଡ଼ା, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଓଡିଶା ଏଡସ୍ ନିୟନ୍ତ୍ରଣ ସମିତି ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡସ୍ ଦିବସ …

Leave a Reply

Your email address will not be published. Required fields are marked *