କେନ୍ଦ୍ରାପଡ଼ା,୧୨/୦୫/୨୦୨୧(ଓଡ଼ିଶା ସମାଚାର)-ଲୁଥେରାନ ମହିଳା ସମିତିର ଗୋଟିଏ ପରେ ଗୋଟିଏ ସମ୍ବେଦନଶୀଳ ଘଟଣା ଲୋକଲୋଚକୁ ଆସିବାରେ ଲାଗିଛି । ଗତ ଅପ୍ରେଲ ମାସରେ ଲୁଥେରାନର ଜନୈକ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଅଭିଯୋଗ ହେବା ପରେ ସେହି ଘଟଣାର ତଦନ୍ତ କରାଯିବାକୁ ଏସ.ପି.ଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା । ଅବଶ୍ୟ ସେହି ସ୍ୱତନ୍ତ୍ର ଟିମ ଆଜି ସୁଦ୍ଧା ସେହି ଘଟଣାର ଜଣେବି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନଥିବା ବେଳେ ଲୁଥେରାନର ସଭାପତି ଓଡିଶା ଉଚ୍ଚ ନ୍ୟାୟାଳୟରୁ ଅନ୍ତରୀଣ ଜାମିନ ପାଇବାରେ ସଫଳ ହୋଇଛନ୍ତି । ଯେଉଁଥି ପାଇଁ ଜିଲ୍ଲା ପୋଲିସର ପାରିବା ପଣିଆ ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ଲୁଥେରାନ ଶିଶୁ ଯତ୍ନ ଅନୁଷ୍ଠାନର ହାଉସକିପର ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପି.ଓ. ଆଇ.ସି. ଲୁଥେରାନରେ ରାତିରେ ପହଁଚି ଲୁଥେରାନର ପୂର୍ବତନ ଆକାଉଁଟାତାରେଣୀବାବୁଙ୍କ ସହ ମଦ୍ୟପାନ କରି ତାଙ୍କୁ ଅସଦାଚରଣ କରିଥିଲେ । ଏସମ୍ପର୍କରେ ଲୁଥେରାନର ସଭାପତି ପ୍ରମିଳା ତ୍ରାପାଠୀ ସମସ୍ତ କଥା ଜାଣିଥିବା ସେ କହିଛନ୍ତି । ଅନେକ ସମୟରେ ତାରେଣୀବାବୁ ଯୋରଜବରଦସ୍ତ ହାଉସକିପରଙ୍କ ରୁମରେ ପଶି ତାଙ୍କୁ ଟଣାଓଟରା କରିଥିବା ଓ ଅସଦାଚରଣ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ହାଉସମଦର ସଭାପତିଙ୍କୁ ଜଣାଇଥିଲେବି ସେ କୌଣସି ପଦକ୍ଷେପ ନେଇନଥିବା କହିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପି.ଓ.ଆଇ.ସି. ରାତିରେ ସେ ରହୁଥିବା ରୁମକୁ ଅନ୍ତେବାସୀଙ୍କୁ କଥାହେବାକୁ ଡକାଉଥିବା ବେଳେ ସୁପରିନଟେଣ୍ଡେଂଟ ବିଶ୍ୱଜିତ ତ୍ରିପାଠୀ ବିନା ହାଉସମଦରରେ ଅନ୍ତେବାସୀଙ୍କୁ ତାଙ୍କ ରୁମକୁ ପଠାଇଥାନ୍ତି ବୋଲି ହାଉସମଦର ଅଭିଯୋଗ କରିଛନ୍ତି । ଏସମସ୍ତ ବିଷୟରେ ହାଉସମଦର ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ବୟାନ ଦେଇଥିବା ବେଳେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପୋଲିସ ଆଜି ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ସେ କହିଛନ୍ତି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ହାଉସମଦର ରେଣୁବାଳା ପଣ୍ଡା ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର