ଭୁବନେଶ୍ୱର,୧୦/୦୫/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ହଜାର ୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୨୩ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୩୪୦୮ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୫୬ଜଣ, ବାଲେଶ୍ୱର ଜିଲ୍ଲାରୁ ୨୩୦ଜଣ, ବରଗଡ଼ ଜିଲ୍ଲାରୁ ୪୫୦ଜଣ, ଭଦ୍ରକ ଜିଲ୍ଲାରୁ ୨୪୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୭୪ଜଣ, ବୌଦ୍ଧ ଜିଲ୍ଲାରୁ ୧୮୩ଜଣ, କଟକ ଜିଲ୍ଲାରୁ ୭୨୦ଜଣ, ଦେଓଗଡ଼ ଜିଲ୍ଲାରୁ ୧୧୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୪୪ଜଣ, ଗଜପତି ଜିଲ୍ଲାରୁ ୮୯ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୦୯ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧୫ଜଣ, ଯାଜପୁର ଜିଲ୍ଲାରୁ ୩୨୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୧୮ଜଣ, କଳାହାଣ୍ଡି ଜିଲ୍ଲାରୁ ୪୩୩ଜଣ, କନ୍ଧମାଳ ଜିଲ୍ଲାରୁ ୭୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୪୩ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୩୨୯ଜଣ, କୋରାପୁଟ ଜିଲ୍ଲାରୁ ୧୪୨ଜଣ, ମାଲକାନଗିରି ଜିଲ୍ଲାରୁ ୬୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୦୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୦୬ଜଣ, ନୟାଗଡ଼ ଜିଲ୍ଲାରୁ ୨୬୯ଜଣ, ନୂଆପଡ଼ା ଜିଲ୍ଲାରୁ ୩୧୧ଜଣ, ପୁରୀ ଜିଲ୍ଲାରୁ ୭୦୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୨ଜଣ, ସମ୍ବଲପୁର ଜିଲ୍ଲାରୁ ୩୦୨ଜଣ, ସୋନପୁର ଜିଲ୍ଲାରୁ ୧୬୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୨୪ଜଣ, ଷ୍ଟେଟ୍ ପୁଲ୍ ରୁ ୨୭୧ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୪୮୭୩ ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା , କଳାହାଣ୍ଡି , ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ରହିଥିବା ବେଳେ ପୁରୀରୁ ୨ ଜଣ ରହିଛନ୍ତି । ସେହିପରି ଅନୁଗୁଳ, ବଲାଙ୍ଗୀର ଓ ଢ଼େଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ମୃତକ ଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଓ ୭ ଜଣ ମହିଳା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୪୪୮୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୪୪୭୮୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ୨୧୯୭ରେ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ୫୩ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୯୪୭୬୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ରାଜ୍ୟରେ ମୋଟ୍ ୧୦୫୬୬୨୧୫ ଜଣଙ୍କର ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର