Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ / ୨ୟ ମାତ୍ରା ଟିକାକରଣ ପାଇଁ ବ୍ୟବସ୍ଥା    

୨ୟ ମାତ୍ରା ଟିକାକରଣ ପାଇଁ ବ୍ୟବସ୍ଥା    

ଗରଦପୁର, ୦୯/୦୫/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଗୋଷ୍ଠି ପ୍ରାଥମିକ କେନ୍ଦ୍ର  ପକ୍ଷରୁ ପ୍ରଥମ ମାତ୍ରା  ଟିକା ନେଇଥିବା ୪୫ ବର୍ଷ ରୁ ଉଦ୍ଧ୍ୱର୍ ଲୋକମାନଙ୍କୁ ସୋମବାର ୨ୟ ମାତ୍ରା କୋଭିଡ୍ ଟୀକା ପ୍ରଦାନ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଗରଦପୁର ବ୍ଲକର ୫ ଗୋଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ଟୀକା ଦାନ କାର୍ଯ୍ୟ ସହଜ ଓ ସୁରୁଖୁରୁରେ କରାଇବା ପାଇଁ ପାଟକୁରା ହାଇସ୍କୁଲ ପଡିଆରେ ଥିବା  ଷ୍ଟାଡିଅମ ଗୃହ,କୋରୁଆ ବାଳକ ହାଇସ୍କୁଲ,ଗରଦପୁର ହାଇସ୍କୁଲ,ତେଣ୍ଡାକୁଡା ସରକାରୀ ବିଦ୍ୟାଳୟ ଓ କୁଦାନଗରୀ ହାଇସ୍କୁଲ ଠାରେ ଟୀକା ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ପାଟକୁରା ମେଡିକାଲର ପ୍ରାରପ୍ରାପ୍ତ ଚିକିତ୍ସାଧିକାରୀ  ଡାକ୍ତର ହିମାଂଶୁ  ଭୂଷଣ ଷଢଙ୍ଗି ପ୍ରକାଶ କରିଛନ୍ତି । ସୋମବାର ସକାଳ ଠାରୁ ଟିକା ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ,ଏହି ୫ଗୋଟି କେନ୍ଦ୍ରରୁ ମୋଟ ୭୫୦ଜଣଙ୍କୁ ୨ୟ ମାତ୍ରା ଟିକା ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଡଃ.ଷଢଙ୍ଗି ସୂଚନା ପ୍ରଦାନ କରିଛନ୍ତି । ରବିବାର ପୂର୍ବାହ୍ନରେ ଗରଦପୁର ବିଡିଓ ରଞ୍ଜିତ୍ କୁମାର ମଲ୍ଲିକ, ଡାକ୍ତର ହିମାଂଶୁ ଭୂଷଣ ଷଢଙ୍ଗି,ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ ପ୍ରମୁଖ ଟିକା ପ୍ରଦାନ କେନ୍ଦ୍ର ପାଟକୁରା ମିନିଷ୍ଟାଡିଅମ ପରିଦର୍ଶନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.