Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ / ୧୦,୬୩୫ କରୋନା ସଂକ୍ରମିତ ଚିହ୍ନଟ – ୧୯ ମୃତ

୧୦,୬୩୫ କରୋନା ସଂକ୍ରମିତ ଚିହ୍ନଟ – ୧୯ ମୃତ

ଭୁବନେଶ୍ୱର,୦୯/୦୫/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୧୦,୬୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୧୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୬୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୪୮୪୨ରେ ପହଞ୍ଚିଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୫୯ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦୧ଜଣ, ବରଗଡ଼ ଜିଲ୍ଲାରୁ ୪୪୩ଜଣ, ଭଦ୍ରକ ଜିଲ୍ଲାରୁ ୧୦୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୧୮ଜଣ, ବୌଦ୍ଧ ଜିଲ୍ଲାରୁ ୧୭୯ଜଣ, କଟକ ଜିଲ୍ଲାରୁ ୮୮୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୩୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪୬ଜଣ, ଗଜପତି ଜିଲ୍ଲାରୁ ୧୦୧ଜଣ, ଗଞ୍ଜାମ ଜିଲ୍ଲାରୁ ୨୬୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୦ଜଣ, ଯାଜପୁର ଜିଲ୍ଲାରୁ ୨୯୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୫୬ଜଣ, କଳାହାଣ୍ଡି ଜିଲ୍ଲାରୁ ୪୬୯ଜଣ, କନ୍ଧମାଳ ଜିଲ୍ଲାରୁ ୭୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୯୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫୯୪ଜଣ, କୋରାପୁଟ ଜିଲ୍ଲାରୁ ୧୨୭ଜଣ, ମାଲକାନଗିରି ଜିଲ୍ଲାରୁ ୭୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୭୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୩୬ଜଣ, ନୟାଗଡ଼ ଜିଲ୍ଲାରୁ ୨୫୩ଜଣ, ନୂଆପଡ଼ା ଜିଲ୍ଲାରୁ ୩୨୪ଜଣ, ପୁରୀ ଜିଲ୍ଲାରୁ ୪୩୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୮ଜଣ, ସମ୍ବଲପୁର ଜିଲ୍ଲରୁ ୬୪୧ଜଣ, ସୋନପୁର ଜିଲ୍ଲରୁ ୧୪୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୪୩ଜଣ, ଷ୍ଟେଟ୍ ପୁଲ୍ ରୁ ୨୭୩ଜଣ ରହିଛନ୍ତି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ କଳାହାଣ୍ଡିରୁ ୩ ଜଣ, ଖୋର୍ଦ୍ଧାରୁ ୩ ଜଣ ରହିଥିବା ବେଳେ ଅନୁଗୁଳ, ବଲାଙ୍ଗୀର, ଭଦ୍ରକ , ଢ଼େଙ୍କାନଳ, ଗଞ୍ଜାମ, ଗଜପତି, ଯାଜପୁର, ଝାରସୁଗୁଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଙ୍କ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୩୪୮୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୩୯୩୨୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ୨୧୮୦ରେ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି । ଆଉ ୯୩୨୮୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ମୋଟ୍ ୧୦୫୧୭୮୩୮ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.