Wednesday , May 31 2023
Home / ବିଶେଷ / ସଟଡାଉନ୍ ରେ ଦୋକାନ ଖୋଲି ଦୋକାନୀ ଗିରଫ

ସଟଡାଉନ୍ ରେ ଦୋକାନ ଖୋଲି ଦୋକାନୀ ଗିରଫ

ପାରାଦୀପ ୦୯/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଏକ ରାସନ ଦୋକାନୀ ସଟଡାଉନ୍ କଟକଣାକୁ ନମାନି ଦୋକାନ ଖୋଲିଥିଲେ । ଏହି ଖବର ପାଇବା ପରେ କୁଜଙ୍ଗ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଂଚିି ଥିଲେ । ଭୁତମୁଣ୍ଡାଇ ଗ୍ରାମର ସୁନାକର ମଲ୍ଲିକଙ୍କ ପୁଅ ରାଜା ମଲ୍ଲିକ ତାଙ୍କର ରାସନ ଦୋକାନ ଖୋଲି ବ୍ୟବସାୟ କରୁଥିଲା । ଅତିରିକ୍ତ ତହସିଲଦାର ପୂଜା ଲେଙ୍କା ସଟଡାଉନ୍ ନିୟମ ଭାଙ୍ଗି ଦୋକାନ କାହିଁକି ଖୋଲିଛ ବୋଲି ପଚାରିବାରୁ ରାସନ ଦୋକାନୀ ରାଜା ଅତିରିକ୍ତ ତହସିଲଦାରଙ୍କ ଯୁକ୍ତିତର୍କ କରିଥିଲା । ଘଟଣା ସମ୍ପର୍କରେ ପାରାଦୀପ ଲକ୍ ଥାନାକୁ ଦିଆଯାଇଥିଲା । ଲକ୍ ଥାନା ପୋଲିସ ରାଜାକୁ ଗିରଫ କରି ଥାନାକୁ ନେଇଥିଲେ । ତେବେ ଅତିରିକ୍ତ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଏହି ରାସନ ଦୋକାନକୁ ସିଲ୍ କରାଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.