Tuesday , May 30 2023
Breaking News
Home / ବିଶେଷ / ମା ଚର୍ଚ୍ଚୀକାୟୀ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ କରୋନା ସଚେତନତା ଓ ମାସ୍କ ସାନିଟାଇଜର ବଂଟନ

ମା ଚର୍ଚ୍ଚୀକାୟୀ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ କରୋନା ସଚେତନତା ଓ ମାସ୍କ ସାନିଟାଇଜର ବଂଟନ

କେନ୍ଦ୍ରାପଡ଼ା, ୦୯/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଦେଉଳପଡା ପଂଚାୟତର ଓଳିହା ଗ୍ରାମର ମା’ଚର୍ଚ୍ଚୀକାୟୀ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଗ୍ରାମକୁ  ଏକ ବିବାହରେ ବର ନେଇ ଆସିଥିବା ବରଯାତ୍ରୀମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଯିବା ସହ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟିର ସଭାପତି ସୁନାକର ଦାସ, ସମ୍ପାଦକ ରଞ୍ଜନ କୁମାର ବେଉରା, ସଦସ୍ୟ ଅରବିନ୍ଦ ରାଉତରାୟ, ଅଶୋକ ଦେବତା, ନରେନ୍ଦ୍ର କୁମାର ବେହେରା, ପ୍ରଭାତ କୁମାର ରାଉତ, ବାବାଜୀ ଚରଣ ଦାସ, ରଶ୍ମିରଞ୍ଜନ ପାଇଟାଳ ଓ ମହାକାଳପଡା ବ୍ଲକର ସମାଜସେବୀ ଭୀମସେନ ଦାସ ପ୍ରମୁଖ ଯୋଗଦେଇ ବରଯାତ୍ରୀମାନଙ୍କୁ ସଚେତନ କରିବା ସହ ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.