Monday , June 5 2023
Breaking News
Home / ବିଶେଷ / ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ଜଳାର୍ଣ୍ଣର୍ବ

ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ଜଳାର୍ଣ୍ଣର୍ବ

କେନ୍ଦ୍ରାପଡ଼ା, ୦୯/୦୫/୨୦୨୧(ଓଡ଼ିଶା ସମାଚାର)- ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଖଡିଅଙ୍ଗ ଓ ତାହାର ଆଖପାଖ ଅଂଚଳ ଜଳାର୍ଣ୍ଣବ ହୋଇପଡିଥିବା ଦେଖିବାକୁ ମିଳିଛି । କଚେରି ରୋଡରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏ.ଟି.ଏମ. ଭିତରେ ବର୍ଷାଜଳ ପସିଯାଇଥିବା ବେଳେ ପୁରୁଣା ବସଷ୍ଟାଣ୍ଡରୁ ଖଡିଅଙ୍ଗ ରାସ୍ତା, ପୁରୁଣା ଅଦାଲତ ସମ୍ମୁଖ ରାସ୍ତା  ଓ ପୌର କାର୍ଯ୍ୟାଳୟ ପଛପଟରୁ ଡାକ୍ତରଖାନା ଛକକୁ ଯାଇଥିବା ରାସ୍ତାରେ ବର୍ଷାଜଳ ଲହଡି ମାରୁଥିବା ଦେଖାଯାଇଥିଲା । ପୁରୁଣା ବସଷ୍ଟାଣ୍ଡରୁ କଚେରୀ ରୋଡ ଆଡକୁ ଯାଇଥିବା ରାସ୍ତାଟି ଏବେ ପୁନଃ ନିର୍ମାଣ କରାଯାଇ ଉଚ୍ଚା ହୋଇଯାଇଥିବାରୁ ସେହି ରାସ୍ତାରୁ ବର୍ଷାଜଳ ଏଟିଏମ ଭିତରକୁ ଗଡି ପସି ଯାଇଥିବା ବେଳେ ସେହି ରାସ୍ତା ନିକଟରେ ନିଚା ସ୍ଥାନରେ ଥିବା ଘର ଗୁଡିକ ମଧ୍ୟକୁ ବର୍ଷାଜଳ ପସିଥିବା ଦେଖାଯାଇଛି । କେବଳ ସେତିକି ନୁହେଁ ସହରର ବହୁ ତଳିଆ ଅଂଚଳରେ ମଧ୍ୟ ଘର ଭିତରକୁ ବର୍ଷାଜଳ ପସିଯାଇଥିବା ଅଭିଯୋଗ ହୋଇଛି । ଆଗକୁ ପୌରାଂଚଳର ବିଭିନ୍ନ ୱାର୍ଡରେ ରାସ୍ତା ନିର୍ମାଣ ସମୟରେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣ କରାଯିବାକୁ ପୌରାଂଚଳବାସୀ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.