Saturday , December 4 2021
Home / ବିଶେଷ / ପାରାଦ୍ୱୀପ ବନ୍ଦର ଇଷ୍ଟେଟ୍ ବିଭାଗର ମୁଖ୍ୟ ଆରଆଇ ଙ୍କ  ପରଲୋକ

ପାରାଦ୍ୱୀପ ବନ୍ଦର ଇଷ୍ଟେଟ୍ ବିଭାଗର ମୁଖ୍ୟ ଆରଆଇ ଙ୍କ  ପରଲୋକ

ପାରାଦ୍ୱୀପ ୦୯/୦୫/୨୦୨୧(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ର କର୍ମଚାରୀ ଅନ୍ତର୍ଯ୍ୟାମି ପ୍ରଧାନ (୫୦)ଙ୍କ  ମେଁ ୫ ତାରିଖ ବୁଧବାର  ରାତି ୧.୩୦ ମିନିଟ୍ ସମୟରେ ମୃତୁ୍ୟ ହୋଇଯାଇଛି । ସ୍ୱର୍ଗତ ପ୍ରଧାନ ପାରାଦ୍ୱୀପ ବନ୍ଦର ର ଇଷ୍ଟେଟ୍ ବିଭାଗରେ ମୁଖ୍ୟ ଆରଆଇ ଭାବେ କାର୍ଯ୍ୟରତ ଥିଲେ । ଖବରରୁ ପ୍ରକାଶ ସେ ଗତ ବୁଧବାର ଦିନ ପାରାଦ୍ୱୀପ ସ୍ଥିତ ବନ୍ଦର କ୍ୱାର୍ଟରରେ ରାତ୍ର ଭୋଜନ କରି ୧୦.୩୦ ସୁଧା ଶୋଇପଡିଥିଲେ । ହଠାତ୍ ରାତିରେ ତାଙ୍କର ଛାତିରେ ଜୋର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଗାଡି ଯୋଗେ ଚିକିତ୍ସା ପାଇଁ ବନ୍ଦର ଚିକିତ୍ସାଳୟକୁ ନେବା ବାଟରେ ତାଙ୍କର ମୃତୁ୍ୟ ଘଟିଥିଲା । ସ୍ୱର୍ଗତ ପ୍ରଧାନ ଜଣେ ସରଳ, ବନ୍ଧୁ ବତ୍ସଳ ଓ ଉଚ୍ଚ ମାନର ବ୍ୟକ୍ତି ଭାବେ ସାଧାରଣରେ ବେସ୍ ଆଦୃତ ଥିଲେ । ତାଙ୍କ ବିୟୋଗରେ ବନ୍ଦର ଇଷ୍ଟେଟ୍ ବିଭାଗ କର୍ମଚାରୀ ଙ୍କ ସମେତ ସାଧାରଣରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଏସ୍.ସି.ଏସ୍ଟି ଆସୋସିଏସନ ପକ୍ଷରୁ ଆସୋସିଏସନ୍ ପ୍ରାଙ୍ଗଣରେ କୋଭିଡ୍ ନିୟମ ପାଳନ ପୂର୍ବକ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଏସ୍.ସି.ଏସ୍.ଟି ଆସୋସିଏସନର ସମ୍ପାଦକ ଧୁନ ଚନ୍ଦ୍ର ତରାଇ, ସହ ସମ୍ପାଦକ ଅଜୟ କୁମାର ବେହେରା, ଉପ ସଭାପତି ମହେଶ୍ୱର ସୋରେନ୍, କୋଷାଧ୍ୟକ୍ଷ ପୁରୁଷୋତମ ବେଶ୍ରା ଓ ସମସ୍ତ ସଭ୍ୟ ଯୋଗଦେଇ ଶୋକ ବ୍ୟକ୍ତ କରି ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *