Wednesday , December 8 2021
Home / ବିଶେଷ / ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ – ଦ୍ଵିତୀୟ କୋଣାର୍କର ପରିକଳ୍ପନା ରହିଲା ଅଧାରେ

ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ – ଦ୍ଵିତୀୟ କୋଣାର୍କର ପରିକଳ୍ପନା ରହିଲା ଅଧାରେ

ଭୁବନେଶ୍ୱର,୦୯/୦୫/୨୦୨୧(ଓଡ଼ିଶା ସମାଚାର)- ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ବିଶିଷ୍ଟ ସ୍ଥପତି, ଭାସ୍କର୍ୟ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ର ପରଲୋକ ଘଟିଛି। ରବିବାର ଅପରାହ୍ନ ରେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।ସେ କରୋନାରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ଚିକିତ୍ସାଧୀନ ଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଭେଂଟିଲେଟ ରେ ରଖାଯାଇଥିଲା ।
ରଘୁନାଥ ମହାପାତ୍ରଙ୍କ ଅକାଳ ମୃତ୍ୟୁ ରେ ଅଧାରେ ରହିଗଲା ଦ୍ଵିତୀୟ କୋଣାର୍କର ପରିକଳ୍ପନା । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *