ସାଲେପୁର,୦୯/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ସାଲେପୁର ବ୍ଲକ ଅନ୍ତର୍ଗତ ନାନ୍ଦୋଳ ଗଡା ବଜାରପାଖ ରେ ଏକ ଛୋଟ ଚିତାବାଘ ବୋଲି ଅନୁମାନ କରି ଛାତଉପରେ ଚଢି ଦୂରରୁ ଦେଖି ଭିଡିଓ କରି ସୋସିଆଲ ମିଡ଼ିଆ ରେ ଭାଇରାଲ କରି ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଗ୍ରାମବାସୀ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାଙ୍କୁ ସଚେତନ କରିବା ସହିତ ଗତକାଲି ରାତ୍ରି ରୁ ପ୍ରାୟ ୩୦ ଉର୍ଦ୍ଧ୍ଵ କର୍ମଚାରୀ ପେଟ୍ରୋଲିଙ୍ଗ କରିବା ସହିତ ବିଭିନ୍ନ ସ୍ଥାନରେ ଯନ୍ତା ବସାଇଥିଲେ । ଆଜି ସକାଳୁ ସିଟି ଫରେଷ୍ଟ ସହକାରୀ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ଭିଭିନ ସ୍ଥାନରେ ଅନୁଧ୍ୟାନ କରି ଗଣମାଧ୍ୟମ କୁ ପତିକ୍ରିୟା ରେ କହିଲେ ଯେ ଏହା ବାଘନୁହେଁ ଏହା ବଣବିରାଡ଼ି।ବର୍ତ୍ତମାନ ସୁଦ୍ଧା ପେଟ୍ରୋଲିଙ୍ଗ ଜାରୀରହିଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।ଜନ୍ତୁ ଟି ଧରାପଡ଼ିନଥିବାରୁ ସ୍ଥାନୀୟ ଅଂଚଳ ରେ ଭୟର ବାତାବରଣ ଦୂରହୋଇ ନାହଁ । ଓଡ଼ିଶା ସମାଚାର