କେନ୍ଦ୍ରାପଡ଼ା, ୦୯/୦୫/୨୦୨୧(ଓଡ଼ିଶା ସମାଚାର)-ଆସନ୍ତା ସୋମବାର ଠାରୁ କେନ୍ଦ୍ରାପଡା ଜିଲ୍ଲାର ୫୨ଟି କେନ୍ଦ୍ରରେ କୋଭିଡ ଟୀକାକରଣ ହେବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୋମବାର ସକାଳ ୭ଟାରୁ ଏହି କେନ୍ଦ୍ର ଗୁଡିକରେ ଟୀକାକରଣ କରାଯିବ । କେବଳ କୋଭିଡ ଟୀକାର ଦ୍ୱିତୀୟ ଡୋଜ ପାଇଁ ଅପେକ୍ଷାରତ ବ୍ୟକ୍ତିମାନଙ୍କୁ ଏହି ଟୀକା ଦିଆଯିବ । ଏହିସବୁ ଟୀକାକରଣ କେନ୍ଦ୍ର ଗୁଡିକ ହେଉଛି କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକର ଆଳି ହାଇସ୍କୁଲ, ଶରତଦେବ ହାଇସ୍କୁଲ, ଗୋବିନ୍ଦପୁର ହାଇସ୍କୁଲ, ବାଟିପଡା ହାଇସ୍କୁଲ, ପାଳିମି ହାଇସ୍କୁଲ ଓ ସାନମଙ୍ଗ ଗଣେଶଦୁର୍ଗା ହାଇସ୍କୁଲରେ କୋଭିଡ ଟୀକାକରଣ କରାଯିବ । ଡେରାବିଶି ବ୍ଲକର ଫକିରାବାଦର ରାମଚନ୍ଦ୍ର ହାଇସ୍କୁଲ, ସନ୍ଥପୁରା ହାଇସ୍କୁଲ, ରାମଚନ୍ଦ୍ର ସଂସ୍କୃତ କଲେଜ ଓ ଦୋହଳି ମଡେଲ ହାଇସ୍କୁଲରେ ଟୀକାକରଣ କରାଯିବ । ଗରଦପୁର ବ୍ଲକର ପାଟକୁରା ମିନି ଷ୍ଟାଡିଅମ, କୋରୁଆ ହାଇସ୍କୁଲ,ମଧୁଶାସନ ପିଏଚସି ପରିସରରେ ଟେନ୍ଟଭିତରେ, ଗରଦପୁର ହାଇସ୍କୁଲ ଓ ତେଣ୍ଡାକୁଡା ସରକାରୀ ହାଇସ୍କୁଲରେ ଟୀକାକରଣ କରାଯିବ । କେନ୍ଦ୍ରାପଡା ବ୍ଲକର ଇନ୍ଦୁପୁର ହାଇସ୍କୁଲ, ପାଇଁ ଗୋବରୀ ହାଇସ୍କୁଲ, ବାଲିଆ ହାଇସ୍କୁଲ, କଳପଡା ହାଇସ୍କୁଲ ଓ ଚଉଦକୁଲାଟ ସ୍ଥିତ ଜଗନ୍ନାଥ ବିଦ୍ୟାପୀଠରେ ଟୀକାକରଣ କରାଯିବ । କେନ୍ଦ୍ରାପଡା ସହରରେ ପିପିସି, ପୌରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୨ଟି କେନ୍ଦ୍ରରେ ଟୀକାକରଣ କରାଯିବ । ମହାକାଳପଡା ବ୍ଲକର ନିଗମାନନ୍ଦ ଉଚ୍ଚ ପ୍ରାଥମିକ ସ୍କୁଲ,ବାବର ୟୁପି ସ୍କୁଲ,ବିଜୟନଗର ୟୁପି ସ୍କୁଲ, ବିଜୟାନନ୍ଦ ହାଇସ୍କୁଲ, ବତୀଘର ୟୁପି ସ୍କୁଲ, କୁଞ୍ଜବିହାରୀ ନୋଡାଲ ହାଇସ୍କୁଲ, ବଜ୍ରମହାକାଳୀ ହାଇସ୍କୁଲ ଓ ବାପୁଜୀ ବିଦ୍ୟାପୀଠରେ ଟୀକାକରଣ କରାଯିବ । ମାର୍ଶାଘାଇ ବ୍ଲକର ମାର୍ଶାଘାଇ ହାଇସ୍କୁଲ, ଜୟରାମ ହାଇସ୍କୁଲ, ଅନ୍ତେଇ ହାଇସ୍କୁଲ ଓ ରାମେଶ୍ୱର ହାଇସ୍କୁଲରେ, ପଟ୍ଟାମୁଣ୍ଡେଇ ବ୍ଲକର ବେଲତଳ ନୋଡାଲ ୟୁପି ସ୍କୁଲ, ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ, ଡାମରପୁର ଏଚ.କେ. ହାଇସ୍କୁଲ, ବନ୍ଦେମାତରମ ହାଇସ୍କୁଲ, ତଟିଆପଡା ଦକ୍ଷିଣେଶ୍ୱର ହାଇସ୍କୁଲ, ଚନ୍ଦନନଗର ପି.ଏଲ. ବିଦ୍ୟାପୀଠ ଓ ବଡଜରିଆ ଜରିଆ ବଳଦେବ ହାଇସ୍ୁଲରେ, ରାଜକନିକା ବ୍ଲକର ବାଘବୁଦା ବାଳିକା ହାଇସ୍କୁଲ,ଚରପଡା ହାଇସ୍କୁଲ ଓ ଓଲାଭର ହାଇସ୍କୁଲରେ ଏବଂ ରାଜନଗର ବ୍ଲକର ରାଜନଗର ହାଇସ୍କୁଲ, ଏନ.ଏନ. ହାଇସ୍କୁଲ, ବିଣାପାଣି ହାଇସ୍କୁଲ, ଓକିଲପାଳ ୟୁପି ସ୍କୁଲ, ତାଳଚୁଆ ଏମ.ଇ. ସ୍କୁଲ ଏବଂ ଜଗନ୍ନାଥ ମହାବିଦ୍ୟାଳୟରେ କୋଭିଡ ଦ୍ୱିତୀୟ ଡୋଜ ଟୀକା ଦିଆଯିବ ବୋଲି ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର