କଟକ,୦୯/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିଲା ବେଳେ ଏଥିରେ ରୋକ ଲଗାଇବା ଲାଗି ସରକାରଙ୍କ ପକ୍ଷରୁ ରାଜ୍ୟରେ ଲକ୍ଡାଉନ ଘୋଷଣା କରାଯାଇଛି । ବିଭିନ୍ନ ମେଡିକାଲରେ ନୂତନ ସୁବିଧା ସୁଯୋଗ ପ୍ରସ୍ତୁତ କରାଯାଇଛି। ଏହି ଧାରାରେ କଟକରେ ୧୨୦୦ କୋଭିଡ ବେଡ ଥିଲା ବେଳେ କଟକ ବଡ ମେଡିକାଲ ଏସିବିରେ ଆଉ ୧୦୦ ବେଡ ବଢାଇବା ଲାଗି ନିଷ୍ପତି ହୋଇଥିବା କଟକ ମହାନଗର ନିଗମର ସଚିବ ସୂଚନା ଦେଇଛନ୍ତି।
ଯେଉଁମାନେ କରୋନା ସଂକ୍ରମିତ ହୋଇ ଘରେ ଆଇସୋଲେସନରେ ରହୁଛନ୍ତି ସେମାନଙ୍କ ପାଇଁ ଏବଂ ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି ମାନେ ସିଏମସି ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ୭୦୭୭୭୫୫୫୫୫ ଏବଂ ୧୮୦୦୩୪୫୮୨୮୯କୁ କଲ କରି ନିଜର ଦ୍ୱନ୍ଦ ଦୂର କରିପାରିବେ। ଘରେ ରୁହନ୍ତୁ, କରୋନା ଚେନ୍ ଭାଙ୍ଗିବାରେ ସାହାଯ୍ୟ କରନ୍ତୁ । କଟକ ମ୍ୟୁନସପାଲ କମିଶନର ଅନନ୍ୟା ଦାସ କଣ କହୁଛନ୍ତି ଶୁଣନ୍ତୁ । ଓଡ଼ିଶା ସମାଚାର