କେନ୍ଦ୍ରାପଡ଼ା, ୦୯/୦୫/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୨ଲିଟର ୬୦୦ମିଲି ଲିଟର ଦେଶୀ ଓ ବିଦେଶୀ ଚୋରା ମଦ ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲା ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦେଶ କ୍ରମେ ଅବକାରୀ ସବଇନସପେକ୍ଟର ସରୋଜ କୁମାର ବାଗଙ୍କ ନେତୃତ୍ୱରେ ଚଢାଉ କରାଯାଇ ସଦର ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମର ଗୌରୀ ଜେନାଙ୍କ ଠାରୁ ୧୦ଲିଟର ଆସ୍କାଫର୍ଟି ଜବତ କରାଯାଇଥିବା ବେଳେ ସେହି ଗ୍ରାମର ରଞ୍ଜନ ଜେନାଙ୍କ ଠାରୁ ୧୨ଲିଟର ୬ଶହ ମିଲି ଲିଟର ବିଦେଶୀ ଚୋରା ମଦ ଜବତ କରାଯାଇ ଉଭୟଙ୍କୁ ଗିରଫ କରାଯାଇଥିବା ଅବକାରୀ ସବଇନସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର