ଭୁବନେଶ୍ୱର,୦୮/୦୫/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୮୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୧୩ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୬୦ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬୦ଜଣ, ବରଗଡ ଜିଲ୍ଲାରୁ ୪୨୮, ଭଦ୍ରକ ଜିଲ୍ଲାରୁ ୮୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୩୭ଜଣ , ବୌଦ୍ଧ ଜିଲ୍ଲାରୁ ୧୭୮ଜଣ, କଟକ ଜିଲ୍ଲାରୁ ୧୦୫୨ଜଣ, ଦେବଗଡ଼ ଜିଲ୍ଲାରୁ ୧୧୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭୭ଜଣ, ଗଜପତି ଜିଲ୍ଲାରୁ ୧୦୫ଜଣ, ଗଞ୍ଜାମ ଜିଲ୍ଲାରୁ ୩୪୧ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩୪ଜଣ, ଯାଜପୁର ଜିଲ୍ଲାରୁ ୩୦୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୨୧ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦୨ଜଣ, କନ୍ଧମାଳ ଜିଲ୍ଲାରୁ ୯୨ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୪୫ଜଣ, କେନ୍ଦୁଝର ଜିଲ୍ଲାରୁ ୨୩୧ଜଣ, ଖୋର୍ଧା ଜିଲ୍ଲାରୁ ୧୫୧୦ଜଣ, କୋରାପୁଟ ଜିଲ୍ଲାରୁ ୧୨୨ଜଣ, ମାଲକାନଗିରି ଜିଲ୍ଲାରୁ ୭୦ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୭୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୧୯ଜଣ, ନୟାଗଡ଼ ଜିଲ୍ଲାରୁ ୨୦୪ଜଣ, ନୁଆପଡା ଜିଲ୍ଲାରୁ ୨୮୬ଜଣ, ପୁରୀ ଜିଲ୍ଲାରୁ ୪୫୪ଜଣ, ରାୟଗଡା ଜିଲ୍ଲାରୁ ୧୩୮ଜଣ, ସମ୍ବଲପୁର ଜିଲ୍ଲାରୁ ୫୩୩ଜଣ, ସୋନପୁର ଜିଲ୍ଲାରୁ ୨୧୦ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୯୨୨ଜଣ, ଷ୍ଟେଟ ପୁଲ୍ ରୁ ୩୦୧ ଜଣ ରହିଛନ୍ତି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୧୪ ଜଣ ପୁରୁଷ ଓ ୭ ଜଣ ମହିଳା ଅନ୍ତର୍ଭୁକ୍ତ । ମୃତକଙ୍କ ମଧ୍ୟରୁ କଳାହାଣ୍ଡିରୁ ୪ ଜଣ, ଅନୁଗୁଳ, ଭଦ୍ରକ, କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୨୪୨୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୩୧୬୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ୨୧୬୧ରେ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି । ଆଉ ୯୦୩୩୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୧୦୪୬୯୦୮୧ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର