ସାଲେପୁର,୦୮/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ବ୍ଲକ ଅନ୍ତର୍ଗତ ନାନ୍ଦୋଳ ଗଡା ବଜାରପାଖ ରେ ଏକ ଚିତାବାଘ ବୁଲୁ ଥିବାର ଦେଖିବାକୁ ମିଳିଛି । ବଜ଼ାର ଠାରୁ ଅଳ୍ପ ଦୂରରେ କଟକ ଚାନ୍ଦବାଲି ସଡ଼କ କଡରେ ଥିବା ଜଙ୍ଗଲିଆ ସ୍ଥାନ ରେ ଏକ ଚିତା ବାଘ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ ଦେଖି ବନବିଭାଗ ଓ ପ୍ରଶାସନ କୁ ଜଣାଇଥିଲେ । ଲୋକେ ବାଘଟିକୁ ଦେଖି ଭିଡିଓ କରି ମିଡ଼ିଆ କୁ ଖବର ଦେଇ ଥିଲେ. । ସ୍ଥାନିୟ ଲୋକେ କହିବା ଅନୁସାରେ ପ୍ରଶାସନ କୌଣସି ପଦକ୍ଷେପ ନେଇନାହାନ୍ତି। ଏହି ଖବର ବର୍ତ୍ତମାନ ଏହି ଅଞ୍ଚଳ ରେ ଭୟ ସୃଷ୍ଟି କରିଥିବା ବେଳେ ଏହି ରାସ୍ତା ରେ ଯାଉଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି.ା ଏହା ଏବେ ଚିନ୍ତାର କାରଣ ପାଲଟିଛି।ବର୍ତ୍ତମାନ ବାଘଟି ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।ତେବେ ସନ୍ଧ୍ୟା ରେ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ଲୋକଙ୍କୁ ସତର୍କ ରହିବାକୁ ପ୍ରଚାର କରାଯଇଛି । ଓଡ଼ିଶା ସମାଚାର