Saturday , June 3 2023
Breaking News
Home / ବିଶେଷ / ସହରରେ ବୁଲା ଗାଇ,ଷଣ୍ଢ ଓ କୁକୁର ଙ୍କୁ ଖାଦ୍ୟ ବଣ୍ଟନ ପାଇଁ ଦାବି

ସହରରେ ବୁଲା ଗାଇ,ଷଣ୍ଢ ଓ କୁକୁର ଙ୍କୁ ଖାଦ୍ୟ ବଣ୍ଟନ ପାଇଁ ଦାବି

ଭୁବନ,୦୮/୦୫/୨୦୨୧(ଓଡ଼ିଶା ସମାଚାର)-ଲକଡାଉନ ଯୋଗୁ ସମସ୍ତ ହୋଟେଲ,ଜଳଖିଆ ଦୋକାନ,ଠେଲାଗାଡିରେ ବ୍ୟବସାୟ ବନ୍ଦ ହୋଇଯାଇଥିବା କାରଣରୁ ସହରରେ ବୁଲା ଗାଇ,ଷଣ୍ଢ ଓ କୁକୁର ମାନେ ଖାଦ୍ୟ ନପାଇ ଡହଳ ବିକଳ ହେଉଛନ୍ତି । ସକାଳ ପରିବା ବଜାରେ କେତେକ ଗାଇ ଓ ଷଣ୍ଢ ଖାଦ୍ୟ ଅନ୍ୱେଷଣରେ ଆସୁଥିବା ବେଳେ ତାଙ୍କୁ ଘଉଡାଇ ଦିଆଯାଉଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ପ୍ରାୟତଃ ଖାଲୁଆ ଅଂଚଳପୋଖରୀ,ନାଳ ଇତ୍ୟାଦି ଶୁଖିଯିବାରୁ ପାଣି ମୁନ୍ଦେ ମିଳୁନଥିବା ବେଳେ ଖାଦ୍ୟ ମଧ୍ୟ ମିଳୁନାହିଁ । ଗତବର୍ଷ ରାଜ୍ୟ ସରକାରବୁଲା ଗୋରୁ ଗାଇ କୁକୁର ଙ୍କୁ ଖାଦ୍ୟ ଦେବା ସହିତ ଛକ ବଜାର ମାନଙ୍କରେ ଗୋରୁଗାଇଙ୍କ ପାଇଁ ପାଣି କୁଣ୍ଡ ରଖିବା ପାଇଁ  ସମସ୍ତ ଏନଏସି,ମୁ୍ୟନିସପାଲିଟି କୁ ନିର୍ଦ୍ଧେଶ ଦେବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରାୟ ୧ କୋଟି ଟଙ୍କା ମଧ୍ୟ ବ୍ୟବସ୍ଥା କରଥିବା ବେଳେ ଚଳିତ ବର୍ଷ ଲକଡାଉନରେ ସେଭଳି କିଛି ବ୍ୟବସ୍ଥା କରିନାହାଁନ୍ତି । ହାଟ ବଜାର ଶୁନଶାନ ହୋଇପଡୁଥିବା ବେଳେ ସହରରେ ମାଳମାଳ କୁକୁର ,ଷଣ୍ଢ ଓ ଗାଇ ମାନେ ବିଚରଣ କରୁଥିବା ଦେଖିବାକୁ ମିଳୁଛି । ତେଣୁ ବିଭାଗୀୟ ଉଚ୍ଚ କତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.