Saturday , April 1 2023
Breaking News
Home / ବିଶେଷ / ଲାହାଖଣ୍ଡ ଜମିଦାରଙ୍କ ପତ୍ନୀ ବିୟୋଗରେ ଶୋକ

ଲାହାଖଣ୍ଡ ଜମିଦାରଙ୍କ ପତ୍ନୀ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୦୮/୦୫/୨୦୨୧(ଓଡ଼ିଶା ସମାଚାର)-ଭରତପୁର ଲାହାଖଣ୍ଡ ପ୍ରଗଣାର ଜମିଦାର ଗୋଲଖ ଚନ୍ଦ୍ର ଦାସଙ୍କ ଧର୍ମପତ୍ନୀ ଜୟନ୍ତୀ ମଞ୍ଜରୀ ଦାସଙ୍କ ଗତ ମଙ୍ଗଳବାର କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲରେ ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ଭରତପୁର ଗ୍ରାମ ଓ ଲାହାଖଣ୍ଡ ପ୍ରଗଣାରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ସ୍ପଷ୍ଟବାଦୀ ଓ ଧର୍ମପ୍ରାଣା ମହିୟସୀ ମହିଳା ଭାବରେ ପୁରପଲ୍ଲୀରେ ପରିଚିତ ଥିଲେ । ତାଙ୍କ ମର ଶରୀରକୁ ଭରତପୁରସ୍ଥିତ ବାସଭବନକୁ ଅଣାଯାଇ ଗ୍ରାମ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ଅଜୟ ମୁଖାଗ୍ନୀ ଦେଇଥିବା ବେଳେ ପୁଅମାନଙ୍କ ମଧ୍ୟରେ ବିଜୟ, ସଞ୍ଜୟ ଓ ସନ୍ତୋଷ ପ୍ରମୁଖ ଉପସ୍ଥିତଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଇମ୍ଫା ର ଲିଗାଲ ଅଧିକାରୀ ପ୍ରବୋଧ କୁମାର ଦାସ, ଅକ୍ଷୟ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ, ଜିଲ୍ଲା ବୋଇତ ବନ୍ଦାଣ ସମିତିର ପ୍ରତିଷ୍ଠାତା ପ୍ରଦୀପ କୁମାର ମହାନ୍ତି, ଜିଲ୍ଲା ସାହିତ୍ୟ ସଂସଦର ସଭାପତି ଶୁଭାଂଶୁ ଦାସ, ପିତବାସ ଦାସ, ସୁବୋଧ କୁମାର ଦାସ, ଶରତ କୁମାର ଦାସ, ଆମ ଗାଁ ସାହିତ୍ୟ ପରିଷଦର ସମ୍ପାଦକ ସ୍ୱପ୍ନାଂଶୁ କୁମାର ଦାସ, କୈଳାସ ଚନ୍ଦ୍ର ମହାନ୍ତି, ଅଲେଖ ପ୍ରସାଦ ଦାସ, ରାଧାମୋହନ ଦାସ, ସୁଧିର କୁମାର ଦାସ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହ ଅନ୍ତେଷ୍ଟ୍ରି କ୍ରିୟାରେ ଯୋଗଦେଇଥିଲେ । ସ୍ୱର୍ଗତା ଦାସ ଆଜକୁ ୮୦ବର୍ଷ ତଳେ କେନ୍ଦ୍ରାପଡା ବ୍ଲକର ପାଣ୍ଡିରି ଗ୍ରାମରେ ଜନ୍ମଲାଭ କରିଥିଲେ । ବରିଷ୍ଠ ସାମ୍ବାଦିକ ମାତୃଦତ ମହାନ୍ତି ଓ ପ୍ରାକ୍ତନ ପୁଲିସ ଆଇଜି ସତ୍ୟଜିତ ମହାନ୍ତି ତାଙ୍କର ପୁତୁରା ଅଟନ୍ତି । ସ୍ୱର୍ଗତା ଦାସଙ୍କ ବିୟୋଗରେ ଉଭୟ ଗଭୀର ଶୋକ ପ୍ରକାଶ କରିଛନ୍ତି । କୋଭିଡ-୧୯ ପରିପ୍ରେକ୍ଷୀରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରି ବାର୍ତା ପ୍ରେରଣ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.