Wednesday , May 31 2023
Home / ସ୍ୱାସ୍ଥ୍ୟ / ରାମେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦ୍ବିତୀୟ ଡୋଜ ଟୀକା କରଣ

ରାମେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦ୍ବିତୀୟ ଡୋଜ ଟୀକା କରଣ

ସାଲେପୁର:୦୮/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିନରେ ଥିବା ରାମେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଦ୍ବିତୀୟ ଡୋଜ ଟିକା କରଣ କରାଯାଇଥିଲା । ଏହି କେନ୍ଦ୍ର କୁ ମାତ୍ର ୧୦୦ ଟି ଟୀକା ଆସିଥିବାରୁ ବହୁଲୋକ ଫେରିଥିବା ର ଦେଖିବାକୁ ମିଳିଥିଲା। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ଟୀକା ନେବାକୁ ଆସିଥିବା ଲୋକେ  କିପରି ଶୃଙ୍ଖଳାର ସହିତ ଟିକା ନେବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ ଓ ଟିକା ନେବା ପରେ ୩୦ ମିନିଟ୍ ପର୍ୟ୍ୟନ୍ତ ବିଶ୍ରାମ କିପରି ନେଇପାରିବେ ସେଥିପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବସିବା ପାଇଁ ସଠିକ୍ ଭାବରେ ପରିଚାଳନା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଟୀକା କରଣ କାର୍ୟ୍ୟ କ୍ରମକୁ ଫାର୍ମାସିଷ୍ଟ ସୁଶାନ୍ତ ସାହୁ, ମନୋଜ କୁମାର ଭୋଇ, ସୁଶାନ୍ତ କୁମାର ନାୟକ, ଲକ୍ଷ୍ମୀ ପ୍ରିୟା ପ୍ରଧାନ, ଛାୟା ରାଣୀ ବେହେରା, ପ୍ରମିଳା ବେହେରା ପରିଚାଳନା କରିଥିଲେ। ଓଡ଼ିଶା ସମାଚାର 

Leave a Reply

Your email address will not be published.