ଭୁବନ ୦୮/୦୫/୨୦୨୧(ଓଡ଼ିଶା ସମାଚାର)- ଓଡିଶାରେ ପୁନର୍ବାର ମହାମାରୀ କରୋନା ଏବେ ଭୟଙ୍କର ସ୍ଥିତିରେ ପହଁଚିଥିବାରୁ ସରକାର ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରିକରିବା ସହ ମାସ୍କ ପିନ୍ଧୁନଥିବା ଅମାନିଆଙ୍କ ଠାରୁ ଫାଇନ ଆଦାୟ ନିର୍ଦ୍ଧେଶ ଦେଇଛନ୍ତି । ଏହି କ୍ରମରେ ଭୁବନ ଥାନା ତରଫରୁ ୫୩ ନମ୍ବର ଜାତୀୟ ରାଜପଥର ନୂଆବଜାର ଓ କାଳୀବଜାର ଠାରେ ମାସ୍କ ଚେକିଙ୍ଗ କରାଯାଇଥିଲା । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ,ଏଏସଆଇ ପ୍ରଭାତ କୁମାର ନାୟକ ପୋଲିସ କର୍ମଚାରୀଙ୍କ ଗହଣରେ ଅମାନିଆଙ୍କ ଠାରୁ ୩ ହଜାର ଟଙ୍କା ଫାଇନ ଆଦାୟ କରିଥିଲେ । ଓଡ଼ିଶା ସମାଚାର