ପାଟକୁରା ୦୮/୦୫/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ୧୫୦ରୁ ଉଦ୍ଧ୍ୱର୍ ଲୋକ କରୋନା ନମୂନା ପରୀକ୍ଷା କରାଉଥିବା ବେଳେ, ଆକ୍ରାନ୍ତମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପାଟକୁରା ମେଡିକାଲ ସୂତ୍ରରୁ ପ୍ରକାଶ । ଆଜି ଦୁଇ ଜଣ କରୋନା ପଜିଟିଭ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ସେହିପରି ଆଜି ସୁଦ୍ଧା ମୋଟ ୫୦ଜଣଙ୍କର କରେନା ପଜିଟିଭ୍ ବାହାରିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଆକ୍ରାନ୍ତମାନେ ନିଜ ନିଜ ଘରେ ଏକାନ୍ତରେ ରହି ଚିକିତ୍ସିତ ହେଉଥିବା ସମ୍ପର୍କରେ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର