Saturday , June 3 2023
Breaking News
Home / ଶିକ୍ଷା / ଜୁନ ୩୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ

ଜୁନ ୩୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର,୦୮/୦୫/୨୦୨୧(ଓଡ଼ିଶା ସମାଚାର)- ଚଳିତ ମାଟ୍ରିକ ପରୀକ୍ଷା ରେଜଲ୍ଟ ଆସନ୍ତା ଜୁନ ୩୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି। କରୋନା ଲାଗି ପରୀକ୍ଷା ବାତିଲ ହୋଇଛି ।  ନ୍ୟାୟ ସଙ୍ଗତ ଓ ବିନା ପକ୍ଷପାତରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବିକଳ୍ପ ପଦ୍ଧତି ପ୍ରସ୍ତୁତ କରିଛି। ବୋର୍ଡ ପକ୍ଷରୁ ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାର ରେଜଲ୍ଟ ସହ ଦଶମ ଶ୍ରେଣୀର ୨ୟ , ୩ୟ ଏବଂ ୪ର୍ଥ ଅଭ୍ୟାସ ପରୀକ୍ଷା ଫଳ ଆଧାରରେ ମାଟ୍ରିକ ଖାତା ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବୋର୍ଡର ଏହି ପରୀକ୍ଷା ପଦ୍ଧତିରେ ଯଦି କୈାଣସି ପିଲା ସନ୍ତୁଷ୍ଠ ନହୁଅନ୍ତି ତେବେ କରୋନା ସ୍ଥିତି ସୁଧୁରିଲେ ସେମାନେ ପୁନର୍ବାର ପରୀକ୍ଷା ଦେଇ ପାରିବେ ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି।

ଜାରି କରାଯାଇଥିବା ବିସ୍ତୃତ ଗାଇଡଲାଇନ ଅନୁଯାୟୀ, ଦଶମ ଶ୍ରେଣୀରେ ୪ଟି ଅଭ୍ୟାସ ପରୀକ୍ଷା ମଧ୍ୟରୁ ୨ୟ ଅଭ୍ୟାସ ପରୀକ୍ଷାରେ ପ୍ରତି ବିଷୟ ଲାଗି ୬୦ ମାର୍କ ରହିଥିବା ବେଳେ ୩ୟ ଓ ୪ର୍ଥ ଅଭ୍ୟାସ ପରୀକ୍ଷାର ପ୍ରତି ବିଷୟ ୮୦ ମାର୍କର ରହିଥିଲା। ଏହି ଅଭ୍ୟାସ ପରୀକ୍ଷାର ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ। ଏଥିସହ ମୂଲ୍ୟାୟନ ବେଳେ ନବମର ୪୦ ପ୍ରତିଶତ ଓ ଦଶମର ୬୦ ପ୍ରତିଶତ ନମ୍ବରକୁ ମଧ୍ୟ ବିଚାରକୁ ନିଆଯିବ। ପ୍ରତି ବିଷୟରେ ଦୁଇଟି ସର୍ବାଧିକ ନମ୍ବରକୁ ହିଁ ମୂଲ୍ୟାୟନ କରିବାକୁ ସ୍ଥିର ହୋଇଛି। ଅନ୍ୟପଟେ ଯଦି ଜଣେ ଛାତ୍ର ଦଶମରେ ଆଦୌ ଅଭ୍ୟାସ ପରୀକ୍ଷା ଦେଇନଥିବେ, ତେବେ ନବମର ମାର୍କକୁ ଶତପ୍ରତିଶତ ପ୍ରାଧାନ୍ୟ ଦିଆଯିବ। ଆଉ ଯଦି ଗୋଟିଏ ଅଭ୍ୟାସ ପରୀକ୍ଷା ଦେଇଥିବେ, ତେବେ ନବମ ଶ୍ରେଣୀର ୭୦ ପ୍ରତିଶତକୁ ଗୁରୁତ୍ୱ ଦିଆଯିବ। ପ୍ରତି ସ୍କୁଲରେ ଛାତ୍ରଛାତ୍ରୀଙ୍କ ମାର୍କକୁ ଶିକ୍ଷକ ଅପଲୋଡ କରିବେ। ଏନେଇ ପ୍ରଧାନଶିକ୍ଷକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯିବ। ଏଥିପାଇଁ ୨, ୭୬୬ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଚୟନ କରାଯାଇଛି। ମେଣ୍ଟର ସ୍କୁଲ ମାଧ୍ୟମରେ ଅନ୍ୟ ସ୍କୁଲର ମୂଲ୍ୟାୟନ ହେବ। ମାର୍କ ଅପଲୋଡ ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତ ରହିବେ। ଆସନ୍ତା ୩୧ ତାରିଖ ସୁଦ୍ଧା ଅପଲୋଡିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ତା’ପରେ ଟାବୁଲେସନ ଓ ରେଜଲ୍ଟ ପ୍ରସେସିଂ କାମ ଆରମ୍ଭ ହେବ। ସମସ୍ତ ଦିଗକୁ ଅନୁଧ୍ୟାନ କରି ଜୁନ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଫଳ ପ୍ରକାଶ ପରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନହୁଅନ୍ତି ତେବେ କରୋନା ସ୍ଥିତି ସୁଧୁରିବା ପରେ ସେମାନଙ୍କ ପାଇଁ ଲିଖିତ ଭାବେ ପରୀକ୍ଷା ହେବ। ସେହିପରି ଏକ୍ସ ରେଗୁଲାର ପିଲାମାନଙ୍କ ପୂର୍ବ ବୋର୍ଡ ପରୀକ୍ଷା ଗୁଡ଼ିକର ସର୍ବାଧିକ ମାର୍କକୁ ଆଧାର କରି ମାର୍କ ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ନ୍ୟାୟ ସଙ୍ଗତ ଓ ବିନା ପକ୍ଷପାତରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବିକଳ୍ପ ପଦ୍ଧତି ପ୍ରସ୍ତୁତ କରିଛି। ବିଭିନ୍ନ ପ୍ରକାରର ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ପ୍ରଣାଳୀ ନିୟୋଜିତ କରାଯିବ। ଏହିସବୁ ତଥ୍ୟ http://bscodisha.ac.in ରେ ଉପଲବ୍ଧ। https://drive.google.com/file/d/19OdwF7

Leave a Reply

Your email address will not be published.