Sunday , March 26 2023
Breaking News
Home / ତାଜା ଖବର / ଚୋରା ଚିପ୍ସ ଚାଲାଣ କରୁଥିବା  ୩ ଟି ହାଇୱା ଜବତ

ଚୋରା ଚିପ୍ସ ଚାଲାଣ କରୁଥିବା  ୩ ଟି ହାଇୱା ଜବତ

ଭୁବନ ୦୮/୦୫/୨୦୨୧(ଓଡ଼ିଶା ସମାଚାର)-ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ବେଆଇନ ଭାବେ ଚୋରା ଚାଲାଣ କରୁଥିବା ୩ ଟି ଚିପ୍ସ ବୋଝେଇ ହାଇୱା ଗାଡି ଜବତ ହୋଇଥିବା ଜଣାପଡିଛି । ଲକଡାଉନ/ସଟଡାଉନ ସୁଯୋଗରେ ମାଫିଆ ମାନେ ବ୍ୟାପକ ବାଲି,ମୋରମ,ଚିପ୍ସ,ମାଙ୍କଡାପଥର ଇତ୍ୟାଦି ଚାଲାଣ କରୁଥିବା ସଂପର୍କରେ ଅଭିଯୋଗ ପାଇ ଭୁବନ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର,ତହସିଲଦାର ପ୍ରଭାସ କୁମାର ବେହୁରା,ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି,ଆର.ଆଇ ସଂଜୟ କୁମାର ଭୋଇ,ଅମିନ ରାକେଶ କୁମାର ପଣ୍ଡା ପ୍ରମୁଖ ଆଜି ଦିନ ତମାମ ଚୋରା ଚାଲାଣ ହେଉଥିବା ଗାଡିକୁ ଛକି ରହିଥିଲେ । ଦିନ ୧୨ ଟା ବେଳକୁ ଗାଡିନଂ- ଓଡି୦୪ଏଫ-୬୨୪୭,ଓଡି୦୪ଏମ-୫୬୯୭,ଓଡି୦୪ପି-୪୫୪୭ ହାଇୱା ଗାଡି ଚିପ୍ସ ବୋଝେଇ କରି ଆସୁଥିବା ବେଳେ ନୂଆବଜାର (ବସଷ୍ଟାଣ୍ଡ) ଠାରେ ଧରିଥିଲେ । ତେବେ ୨ ଟି ଗାଡିରୁ ୧୦ ହଜାର ଟଙ୍କା ଲେଖାଏଁ ଫାଇନ କରାଯାଇଥିଲା ବେଳେ ଆଉ ଗୋଟିଏ ଗାଡିକୁ ଥାନାକୁ ନିଆଯାଇ ଅଟକ ରଖାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.