Tuesday , October 26 2021
Breaking News
Home / ବିଶେଷ / ଗୁଣିଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ   ଚିକିତ୍ସାଳୟରେ ଭର୍ତ୍ତି  

ଗୁଣିଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ   ଚିକିତ୍ସାଳୟରେ ଭର୍ତ୍ତି  

ବାଲିଗୁଡା, ୦୮/୦୫/୨୦୨୧ ( ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଗୁଣି ଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତର ମାଡସପାଜୁ ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ସୂଚନା ପ୍ରକାରେ ମାଡସପାଜୁ ଗ୍ରାମର ନିରିଗା ମଲ୍ଲିକ ନାମକ ଜଣେ ବୃଦ୍ଧ ଗୁଣିଗାରେଡ଼ି କରୁଥିବା ନେଇ ନିରିଗାଙ୍କ ସହ ସେହି ଗ୍ରାମର ରୁଞ୍ଜିଙ୍ଗା ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ପୂର୍ବରୁ ଶତ୍ରୃତା ଲାଗି ରହିଥିଲା । ଆଜି ନିରିଗା ଆମ୍ବ ବଗିଚାରେ ଆମ୍ବ ଜଗିଥିବା ସମୟରେ ରୁଞ୍ଜିଙ୍ଗା ସେଠାକୁ ଯାଇ ନିରିଗାକୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲା । ସେହି ସମୟରେ ନିରିଗାଙ୍କ ପୁଅ ସେହିବାଟ ଦେଇ ଗାଧୋଇବାକୁ ଯିବାବେଳେ ରକ୍ତାକ୍ତ ଅବସ୍ଥାରେ ବାପାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିବାବେଳେ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ରୁଞ୍ଜୁଙ୍ଗା ମୋ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ବୋଲି କହିଛନ୍ତି ନିରିଗାଙ୍କ ପୁଅ ଲକ୍ଷ୍ମୀଧର । ସେପଟେ ଘଟଣା ସମ୍ପର୍କରେ ଖବରପାଇ ତୁମୁଡ଼ିବନ୍ଧ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଓଡିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *