ସାଲେପୁର:୦୮/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ବୟସ ମାତ୍ର ଦଶ ବର୍ଷ, ମାତ୍ର କୌଣସି ନାମକରା ବଡ଼ ଚିତ୍ରଶିଳ୍ପୀଙ୍କ ଠାରୁ କମ ନୁହଁ ତାଙ୍କର କଳା ଚାତୁରୀ । ଖେଳକୁଦ କରିବା ବୟସରେ କିଛି ଭିନ୍ନ କରିବାର ଆଶା । ଆଉ ସେହି ଆଶାକୁ ସୁଯୋଗ ଦେଇଛି ଲକଡାଉନ । ଲକଡାଉନର ଅବସର ସମୟରେ ନିଜ ପ୍ରତିଭାକୁ ବିକଶିତ କରି ତାଙ୍କର କୁନି ହାତ ର ସ୍ପର୍ଶ ରେ କଳା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଚିତ୍ର । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ମଦର ଟେରେସା,ଅବଦୁଲ କଲାମ, ଆଇନ ଷ୍ଟାଇନଙ୍କ ସମେତ ରାମୋଜି ଗ୍ରୁପର ଚେୟାରମ୍ୟାନ ତଥା ଇନାଡୁ ଗ୍ରୁପ ଅଧ୍ୟକ୍ଷ ରାମୋଜି ରାଓଙ୍କର ପ୍ରତିଛବି ଅଙ୍କିଛନ୍ତି ।
ନିଜର କଳା କୃତିପାଇଁ ସମସ୍ତଙ୍କ ପ୍ରଶଂସା ର ପାତ୍ର ପାଲଟି ଥିବା ଶିଶୁ ଚିତ୍ରଶିଳ୍ପୀ ହେଉଛନ୍ତି କଟକ ଫକୀରପଡା ଅଞ୍ଚଳର ଯୁବ ସାମ୍ବାଦିକ ବିଭୁ ପ୍ରସାଦ ସ୍ୱାଇଁ ଓ ଇତିଶ୍ରୀ ମହାପାତ୍ରଙ୍କ ପୁଅ ଲଳିତ ନାରାୟଣ ସ୍ୱାଇଁ । ଛୋଟ ବେଳୁ ଚିତ୍ରାଙ୍କନ ପ୍ରତି ରୁଚି ରଖୁଥିବା ସୋନୁ ଗତବର୍ଷ ଲକଡାଉନ ସମୟରେ ବୋର ହେବାପରେ ନିଜର ଚିତ୍ରକଳାରେ ଦେଖାଇଥିଲେ ଅପୂର୍ବ ପାରଦର୍ଶିତା । ଫଟୋ ହେଉ କିମ୍ବା ଜୀବନ୍ତ ମଣିଷଙ୍କୁ ଦେଖିବା ମାତ୍ରେ ତାହାର ଅବିକଳ ଚିତ୍ର ଆଙ୍କି ସମସ୍ତଙ୍କୁ କରି ଦିଅନ୍ତି ଚକିତ। ଆଗାମୀ ଦିନରେ ସୋନୁ ଗୋଟେ ବଡ଼ ଚିତ୍ରକର ହେବାକୁ ଆଶା ରଖିଛନ୍ତି।ସୋନୁ ଆହୁରି ଆଗକୁ ଯାଆନ୍ତୁ ଏବଂ ରାଜ୍ୟ ଓ ଦେଶ ର ନାମ ରଖନ୍ତୁ ବୋଲି ସମସ୍ତେ ଆଶା ବ୍ୟକ୍ତ କରିବା ସହ ସରକାରୀ ସ୍ତରରେ ରେ ଏହି କଳାର ବିକଶିତ କରାଯାଆନ୍ତା ସୋନୁ ଦେଶ ବିଦେଶରେ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରି ପାରନ୍ତେ। ଓଡିଶା ସମାଚାର