ଭୁବନେଶ୍ୱର,୦୭/୦୫/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୨୩୮ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୧୪ ଜଣ ସଙ୍ଗାରାଧ କେନ୍ଦ୍ରରେ ଥିବା ବେଳେ ୫୩୨୪ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୪୮୦ଜଣ, ବାଲେଶ୍ୱର ଜିଲ୍ଲାରୁ ୪୩୭ଜଣ, ବରଗଡ଼ ଜିଲ୍ଲାରୁ ୪୭୫ଜଣ, ଭଦ୍ରକ ଜିଲ୍ଲାରୁ ୩୮୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୬୦ଜଣ, ବୌଦ୍ଧ ଜିଲ୍ଲାରୁ ୧୨୮ଜଣ, କଟକ ଜିଲ୍ଲାରୁ ୯୧୬ଜଣ, ଦେଓଗଡ଼ ଜିଲ୍ଲାରୁ ୬୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪୨ଜଣ, ଗଜପତି ଜିଲ୍ଲାରୁ ୯୧ଜଣ, ଗଞ୍ଜାମ ଜିଲ୍ଲାରୁ ୩୧୨ଜଣ, ଜଗତସିଂହପୁର ଜିଲ୍ଲାରୁ ୧୬୮ଜଣ, ଯାଜପୁର ଜିଲ୍ଲାରୁ ୩୧୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୦୬ଜଣ, କଳାହାଣ୍ଡି ଜିଲ୍ଲାରୁ ୫୮୦ଜଣ, କନ୍ଧମାଳ ଜିଲ୍ଲାରୁ ୬୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯୨ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୮୨୮ଜଣ, କୋରାପୁଟ ଜିଲ୍ଲାରୁ ୧୩୦ଜଣ, ମାଲକାନଗିରି ଜିଲ୍ଲାରୁ ୬୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୫୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୮୨ଜଣ, ନୟାଗଡ଼ ଜିଲ୍ଲାରୁ ୧୯୪ଜଣ, ନୂଆପଡ଼ା ଜିଲ୍ଲାରୁ ୨୯୦ଜଣ, ପୁରୀ ଜିଲ୍ଲାରୁ ୩୬୯ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୧ଜଣ, ସମ୍ବଲପୁର ଜିଲ୍ଲାରୁ ୫୪୪ଜଣ, ସୋନପୁର ଜିଲ୍ଲାରୁ ୧୫୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୦୭୩ଜଣ, ଷ୍ଟେଟ୍ ପୁଲ୍ରୁ ୩୫୭ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୨୪୦୦ରେ ପହଞ୍ଚିଛି । ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଓ ୯ ଜଣ ମହିଳା ରହିଛନ୍ତି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ପୁରୀରୁ ୨, ଗଞ୍ଜାମରୁ ୨ ଜଣ, ଖୋର୍ଧାରୁ ଜିଲ୍ଲାରୁ ୪ ଜଣ ଲେଖାଏଁ ରହିଥିବା ବେଳେ ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଅନୁଗୋଳ, ବଲାଙ୍ଗୀର, ଗଜପତି ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୧୨୪୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୨୩୨୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୧୪୦ ଜଚ୍ଚଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୮୬୯୫୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୧୦୪୧୮୨୧୭ସାମ୍ପୁଲ ଟେଷ୍ଟ୍ ହୋଇଛି ।ଓଡ଼ିଶା ସମାଚାର