Saturday , June 3 2023
Breaking News
Home / ବିଶେଷ / ବିଦୁ୍ୟତ କର୍ମଚାରୀ ମହାସଙ୍ଘ ଦାବିକୁ ସମର୍ଥନ କଲା ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ

ବିଦୁ୍ୟତ କର୍ମଚାରୀ ମହାସଙ୍ଘ ଦାବିକୁ ସମର୍ଥନ କଲା ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ

କେନ୍ଦ୍ରାପଡ଼ା, ୦୭/୦୫/୨୦୨୧(ଓଡ଼ିଶା ସମାଚାର)- ବର୍ତମାନ ପରିସ୍ଥିତିରେ ନିଜ ଜୀବନକୁ ବିପନ୍ନକରି ବିଦୁ୍ୟତ କର୍ମଚାରୀମାନେ ସେବା ଯୋଗାଇ ଦେଉଛନ୍ତି । ଡାକ୍ତରଖାନା,ଅଗ୍ନିଶମ ବିଭାଗ, ପୋଲିସ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ସାଧାରଣ ଉପଭୋକ୍ତାଙ୍କୁ ସେବା ଯୋଗାଇବାରେ ଯେଉଁ ବିଦୁ୍ୟତ କର୍ମଚାରୀମାନେ ପରାକାଷ୍ଟା ପ୍ରତିପାଦିତ କରିଛନ୍ତି ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା ସହ ମୃତ କର୍ମଚାରୀମାନଙ୍କ ଉତରାଧିକାରୀମାନଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ ଓ ଆଉଟ ସୋର୍ସ କର୍ମଚାରୀମାନଙ୍କୁ ସେମାନଙ୍କ ଦାବି ମୁତାବକ ସହାୟତା ପ୍ରଦାନ ପାଇଁ ବିଦୁ୍ୟତ କର୍ମଚାରୀ ମହାସଂଘ ଯେଉଁ ଦାବିପତ୍ର ଶକ୍ତିମନ୍ତ୍ରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ସେହି ଦାବିକୁ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ସମର୍ଥନ କରୁଛି ବୋଲି କହିଛନ୍ତି ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ । ବିଦୁ୍ୟତ କର୍ମଚାରୀ ମହାସଂଘ କରିଥିବା ଦାବିକୁ ଶକ୍ତିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସହୃଦୟତାର ସହ ବିଚାରକରି ସେହି ଦାବିକୁ ପୁରଣ କରିବାକୁ ନିବେଦନ କରିଛନ୍ତି ଶ୍ରୀ ତ୍ରିପାଠୀ । ଓଡ଼ିଶା ସମାଚାର

Leave a Reply

Your email address will not be published.