Wednesday , December 8 2021
Home / ବିଶେଷ /    ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

   ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

 ଭୁବନ ୦୭/୦୫/୨୦୨୧(ଓଡ଼ିଶା ସମାଚାର)-ଭୁବନ ଏନଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ ବାଜିରାଉତ ମାର୍ଗସ୍ଥିତ ପୂର୍ଣ୍ଣଚନ୍ଦ୍ର ବେହେରା ଆଜି ଅପରାହ୍ନ ୨ ଘଟିକା ସମୟରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା ଓ ସେ ଯକୃତ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ ।   ସ୍ୱର୍ଗତ ବେହେରା ଭୁବନ ତହସିଲ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପତ୍ନୀ,ପୁତ୍ର ବିନୋଦ,ଚିକୁନ,ସଂଜୟ ଙ୍କ ସମେତ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ସ୍ୱର୍ଗତ ବେହେରା ଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ପହଁଚି ଶେଷ ଦର୍ଶନ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥରଲେ । ସ୍ୱର୍ଗତ ବେହେରା ଜଣେ ଅତ୍ୟନ୍ତ ଶାନ୍ତ, ସରଳ, ଅମାୟିକ, ପରୋପକାରୀ , ସ୍ନେହୀ, ଦୟାଳୁ ଓ ଧର୍ମ ପରାୟଣ ବ୍ୟକ୍ତି ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

ଭିଜିଲାନ୍ସ ଜାଲରେ ଷଷ୍ଠ ବାଟାଲିୟନର ଓଏସଏପି ସୀପାହୀ

କଟକ ସଦର, ୦୭/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଓଏମପିସ୍ଥିତ ଷଷ୍ଠ ବାଟାଲିୟନରେ …

Leave a Reply

Your email address will not be published. Required fields are marked *