ଗରଦପୁର,୦୭/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ କରୋନା ମୃତ୍ୟୁ ସଂଖ୍ୟା ଧିରେ ଧିରେ ବଢ଼ି ବଢ଼ି ଚାଲିଛି । ଏହି କ୍ରମରେ ଜିଲାର ଗରଦପୁର ବ୍ଲକ୍ ରେ ମଧ୍ୟ ଦୈନିକ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ସପ୍ତାହରେ ଗରଦପୁର ବ୍ଲକ୍ ରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା , ଗତକାଲି ୮ ଜଣ ଚିହ୍ନଟ ହୋଇଥିବାବେଳେ ଆଜି ୧୮ ଜଣ ଚିହ୍ନଟ ହୋଇଥିବାନେଇ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଏ ସମ୍ପର୍କରେ ଅଧିକ ତଥ୍ୟ ର ଆବଶ୍ୟକତା ରହିଛି । ବ୍ଲକ୍ ର କେଉଁ ପଂଚାୟତରେ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହା ଗରଦପୁର ବ୍ଲକ୍ କିମ୍ବା ପାଟକୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସୂଚନା ମିଳୁନାହିଁ । ତେବେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କେଉଁ ସୂତ୍ରରୁ ଜିଲାର ସମସ୍ତ ବ୍ଲକ୍ ର କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ସଂଗ୍ରହ କରି ତାହାକୁ ମିଶାଇ ସମଗ୍ର ଜିଲାର କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ସୂଚନା ଦେଉଛନ୍ତି, ତାହା ଜଣାପଡ଼ୁନାହିଁ । ଗରଦପୁର ବ୍ଲକ୍ ପ୍ରଶାସନ ଓ ପାଟକୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କରୋନା ସମ୍ପର୍କିତ ସୂଚନା କେଉଁ କାରଣରୁ ପ୍ରକାଶ କରୁନାହାନ୍ତି , ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର