Friday , December 3 2021
Breaking News
Home / ବିଶେଷ / ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ପୂର୍ତ୍ତ ବିଭାଗର ରାତି ଅଧିଆ ମରାମତି

ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ପୂର୍ତ୍ତ ବିଭାଗର ରାତି ଅଧିଆ ମରାମତି

କନ୍ଧମାଳ, ୦୭/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଶୋଇ ରହିଥିବା ଫୁଲବାଣୀ ପୂର୍ତ୍ତ ବିଭାଗ ହଠାତ ଚେଇଁ ଉଠିଛି। ରାତି ଅଧିଆ ଉପର ଠାଉରିଆ ଭାବେ ତାଳିପକା କାମ କରି କର୍ତ୍ତବ୍ୟ ସାରିଦେଇଛି । ବୁଧବାର ରାତିରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟ ଗୋପବନ୍ଧୁ ଛକ ଡିଭାଇଡର କାର୍ୟ୍ୟ ଅଧାପନ୍ତରିଆ ତଥା ଉପର ଠାଉରିଆ ଭାବେ କେବଳ ପିଚୁମିଶ୍ରିତ ଗୁଡ଼ିଗୁଣ୍ଡ ପକାଇ ତା ଉପରେ ରୋଲର ବୁଲାଇ କାମ ସାରି ଦେଇଥିବା ସକାଳୁ ସକାଳୁ ଦେଖିବାକୁ ମିଳିଛି । ଫଳରେ ପୂର୍ତ୍ତ ବିଭାଗ ଭଳି ଏକ ଦାୟୀତ୍ଵ ସଂପନ୍ନ ବିଭାଗର ସହରର ମୁଖ୍ୟ ଛକରେଏଭଳି ଉପର ଠାଉରିଆ କାର୍ୟ୍ୟକୁ ନାପସନ୍ଦ କରିଛନ୍ତି ବରିଷ୍ଠ ବୁଦ୍ଧିଯିବୀ ନାରାୟଣ ସାହୁ, ସମାଜ ସେବୀ ଅଶୋକ ପରୀଡ଼ା । ପୂର୍ବରୁ ସେଠାରେ ସୁନ୍ଦର ଭାବେ ନିର୍ମିତ ଏକ ଡିଭାଇଡର ଥିଲା। ଆଉ ଲୋକେ ଟ୍ରାଫିକ ନିୟମ ମାନି ଯାତାୟାତ କରୁଥିଲେ। ଦୁର୍ଘଟଣା ମଧ୍ୟ ହେଉ ନ ଥିଲା। ତେବେ ଗତ ୨୦୧୯ରେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ବେଳେ ଗାଡି ଯିବାପାଇଁ ଅସୁବିଧା ହେବା ଫଳରେ ଜିଲ୍ଲାପାଳଙ୍କ ଜାଣତରେ ଏହି ଡିଭାଇଡରକୁ ତରବରିଆ ଭାବେ ଭାଙ୍ଗି ଦେଇଥିଲେ, ହେଲେ ସେବେଠାରୁ ଆଉ ନିର୍ମାଣ ନ ହୋଇ ପଡି ରହିଥିଲା। ପୂର୍ବରୁ ଯେମିତି ଡିଭାଇଡର ଥିଲା ଏବେ ସେ ଭଳି ନିର୍ମାଣ କରିବାକୁ ଦାବି ହେଉଛି । ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ଯୁବ ମହୋତ୍ସବ ସରିବାପରେ ନିର୍ମାଣ କରିବା କଥା। ତେବେ ପ୍ରଶାସନ ଏହାକୁ ବର୍ଷବର୍ଷ ଧରି ପକାଇ ରଖିଥିଲା। ଏବେ ବିଭିନ୍ନ ଗଣ ମାଧ୍ୟମ ରେ ଏ ନେଇ ପ୍ରକାଶ ପାଇବା ପରେ ଚେତା ପଶୁଛି ବିଭାଗର । ସହର ମଧ୍ୟରେ ଯଦି ଏଭଳି ଅବସ୍ଥା ହେଲେ ଗ୍ରାମାଞ୍ଚଳରେ କିଭଳି କାମ ହେଉଥିବ ତାହା ସହଜରେ ଅନୁମେୟ। ସେ ଯାହାହେଉ ଗଣମାଧ୍ୟମରେ ପ୍ରକାଶ ପାଇବାପରେ କିଛିଟା ତ କାମ ହୋଇପାରିଲା ଆଗକୁ ପୁରା କାମ କେବେ ହେଉଛି ତାହା ଦେଖିବାର କଥା। ବିଭାଗର କିଛି ଦୁର୍ନିତୀ ଗ୍ରସ୍ତ ଯନ୍ତ୍ରୀଙ୍କ ପାଇଁ ପୂର୍ତ୍ତ ବିଦ୍ଭାଗ ରେ ନିମ୍ନମାନର ତଥା ଉପର ଠାଉରିଆ ଭାବେ କାର୍ୟ୍ୟ ହେଉଥିବା ଶୁଣିବାକୁ ମିଳୁଛି । ଏଣୁ ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ପୁର୍ତ୍ତ ବିଭାଗ କାର୍ୟ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଯିବୀ ଓ ସ୍ଥାନୀୟ ଜନ ସାଧାରଣ ମତବ୍ୟକ୍ତ କରିଛନ୍ତି । ଫୁଲବାଣୀ ପୁର୍ତ୍ତ ବିଭାଗରେ ହେଉଥିବା ଦୁର୍ନିତୀର ତଦନ୍ତ ଓ କାର୍ୟ୍ୟାନୁଷ୍ଠାନ ନେଇ ବ୍ରହ୍ମପର ଭିଜିଲାନ୍ସ ଏସପି ଶାନ୍ତନୁ କୁମାର ପାଢି ଙ୍କୁ ପରିବାରେ ସେ ପ୍ରମାଣ ସହ ଅଭିଯୋଗ ଆସିଲେ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ପରିବେଶବିତ୍ ସମ୍ବର୍ଦ୍ଧିତ

ପାରାଦୀପ,୦୩/୧୨/୨୦୨୧(ଓଡ଼ିଶା ସମାଚାର)-  ପାରାଦୀପ ବନ୍ଦରରେ କାର୍ଯ୍ୟରତ ଇଂ.ଅମରେଶ ନରେଶ ସାମନ୍ତଙ୍କୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ସମ୍ବର୍ଦ୍ଧିତ …

Leave a Reply

Your email address will not be published. Required fields are marked *