Tuesday , October 3 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଦୁଇ ଦିନରେ ୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡା ଜିଲ୍ଲାରେ ଦୁଇ ଦିନରେ ୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡ଼ା,୦୭/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଦୁଇଦିନରେ ୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଗୁରୁବାର ଜିଲ୍ଲାରେ ୧୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ୧୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଳି ବ୍ଲକରେ ଗୁରୁବାର ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଶୁକ୍ରବାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଡେରାବିଶି ବ୍ଲକରେ ୨୦ ଓ ୨୭,  ଗରଦପୁର ବ୍ଲକରେ ୮ ଓ ୧୮, କେନ୍ଦ୍ରାପଡା ବ୍ଲକରେ ୨୧ ଓ ୨୮, ମହାକାଳପଡା ବ୍ଲକରେ ୮ ଓ ୯, ମାର୍ଶାଘାଇ ବ୍ଲକରେ ୧୦ ଓ ୨୯, ପଟ୍ଟାମୁଣ୍ଡାଇ ବ୍ଲକରେ ୧୦ ଓ ୨୪, ରାଜକନିକା ବ୍ଲକରେ ୧୫ ଓ ୬, ରାଜନଗର ବ୍ଲକରେ ୧୪ ଓ ୩୦ ଏବଂ  କେନ୍ଦ୍ରାପଡା ପୌରାଂଚଳରେ ୨ ଓ ୬ ଜଣ କରୋନା ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।  ଜିଲ୍ଲାରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ  କୋଭିଡ କଟକଣାକୁ ଆହୁରି କଡାକଡି କରାନଗଲେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ସମ୍ଭାବନା ଦେଖାଦେଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *