କେନ୍ଦ୍ରାପଡ଼ା, ୦୭/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ବିଶିଷ୍ଟ ଶିକ୍ଷାବୀତ, ଅବସରପ୍ରାପ୍ତ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିରଞ୍ଜନ ଜେନାଙ୍କର ୬୪ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଜେନା ଜଣେ ବହୁ ପ୍ରତିଭାର ବ୍ୟକ୍ତିତ୍ୱ ଥିଲେ । ତୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟରୁ ଚାକିରୀ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ଜେନା ଜିଲ୍ଲାରେ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଅନେକ ପ୍ରୟାସ କରିଥିଲେ । ସେ ଜିଲ୍ଲା ଶିକ୍ଷକ ମହାସଙ୍ଘ ଓ ଓଷ୍ଟାର କର୍ମକର୍ତା ରୂପେ ଦିର୍ଘଦିନ ପର୍ଯ୍ୟନ୍ତ ଶିକ୍ଷକ-କର୍ମଚାରୀମାନଙ୍କ ଅଧିକାର ପାଇଁ ସଂଗ୍ରାମ କରିଥିଲେ । ନିଜ ଅଂଚଳରେ ଶିକ୍ଷାର ପ୍ରସାର ପାଇଁ ତୁଣୁପୁର ଉଚ୍ଚ ବିଦ୍ୟାଳୟ, ବଟବାବା ସଂସ୍କୃତ ମହାବିଦ୍ୟାଳୟ ପ୍ରଭୃତି ଏକାଧିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିସହିତ ଚେତନା ସମାଜ, ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସଂସଦ, ବଟବାବା ସାଂସ୍କୃତିକ ସଂଗଠନ ପ୍ରଭୃତି ବହୁ ସାମାଜିକ,ସାସ୍କୃତିକ ସଂଗଠନର କର୍ମକର୍ତା ଏବଂ ଗ୍ରାମ୍ୟ ପରିଚାଳନା କମିଟିର ସଭ୍ୟ ରୂପେ ଶେଷ ପର୍ଯ୍ୟନ୍ତ ସେ ଜନସେବାରେ ନିଜକୁ ଜଡିତ ରଖିଥିଲେ । ତାଙ୍କର ଦେହାନ୍ତରେ କେନ୍ଦ୍ରାପଡା ଜିଲ୍ଲ୍ାର ଶିକ୍ଷା ଏବଂ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଏକ ଅପୁରଣୀୟ କ୍ଷତ ସୃଷ୍ଟି କଲା ବୋଲି ତାଙ୍କ ମର ଶରୀର ଶେଷ ଦର୍ଶନରେ ଯୋଗଦେଇ ଅଧ୍ୟାପକ ଅଜୟ ସାମଲ, ଦିବାକର ଜେନା, ରବୀନ୍ଦ୍ର ପ୍ରସାଦ ଜେନା, ଆଦିକନ୍ଦ ରାଉଳ, ପ୍ରତାପ କୁମାର ନାୟକ, ରମଣୀରଞ୍ଜନ ରାଉତରାୟ, ଶୁଭାଂଶୁ ଦାସ, କୈଳାସ ପ୍ରଧାନ, ରଞ୍ଜନ କୁମାର ଜେନା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରକାଶ କରିଛନ୍ତି । ସ୍ୱର୍ଗତ ଜେନାଙ୍କ ଶେଷକୃତ୍ୟ ଗ୍ରାମ୍ୟ ଶ୍ମସାନରେ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ବିଶ୍ୱଜିତ ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର