ଭୁବନେଶ୍ୱର,୦୬/୦୫/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦,୫୨୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୪୫ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪୫୭୬ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୮୮ଜଣ, ବାଲେଶ୍ୱର ଜିଲ୍ଲାରୁ ୯୭ଜଣ, ବରଗଡ଼ ଜିଲ୍ଲାରୁ ୫୪୩ଜଣ, ଭଦ୍ରକ ଜିଲ୍ଲାରୁ ୧୫୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୧୪ଜଣ, ବୌଦ୍ଧ ଜିଲ୍ଲାରୁ ୨୫୦ଜଣ, କଟକ ଜିଲ୍ଲାରୁ ୯୬୩ଜଣ, ଦେଓଗଡ଼ ଜିଲ୍ଲାରୁ ୮୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୮ଜଣ, ଗଜପତି ଜିଲ୍ଲାରୁ ୧୧୩ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୭ଜଣ, ଯାଜପୁର ଜିଲ୍ଲାରୁ ୩୭୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୧୪ଜଣ, କଳାହାଣ୍ଡି ଜିଲ୍ଲାରୁ ୫୭୧ଜଣ, କନ୍ଧମାଳ ଜିଲ୍ଲାରୁ ୭୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୯୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୭୭ଜଣ, କୋରାପୁଟ ଜିଲ୍ଲାରୁ ୧୮୨ଜଣ, ମାଲକାନଗିରି ଜିଲ୍ଲାରୁ ୮୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୮୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୦୪ଜଣ, ନୟାଗଡ଼ ଜିଲ୍ଲାରୁ ୨୨୪ଜଣ, ନୂଆପଡ଼ା ଜିଲ୍ଲାରୁ ୩୦୪ଜଣ, ପୁରୀ ଜିଲ୍ଲାରୁ ୩୧୯ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୦ଜଣ, ସମ୍ବଲପୁର ଜିଲ୍ଲାରୁ ୪୬୦ଜଣ, ସୋନପୁର ଜିଲ୍ଲାରୁ ୧୧୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୮୬ଜଣ, ଷ୍ଟେଟ୍ ପୁଲ୍ରୁ ୨୮୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦୧୬୨ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ବାଲେଶ୍ବର ଓ ମାଲକାନଗିରି ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ନୟାଗଡ଼, ସମ୍ବଲପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୦୦୧୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୧୬୪୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଯୋଗୁଁ ୨୧୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କର ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଆଉ ୮୧୫୮୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୧୦୩୬୭୪୧୮ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର