Wednesday , May 31 2023
Breaking News
Home / ବିଶେଷ / ସାମ୍ବାଦିକଙ୍କ ପରିବାର ସଦସ୍ୟଙ୍କୁ, ବୀମାରେ ନାମ ନଥିବା ସାମ୍ବାଦିକଙ୍କୁ ତୁରନ୍ତ ଟିକା ଦିଆଯାଉ

ସାମ୍ବାଦିକଙ୍କ ପରିବାର ସଦସ୍ୟଙ୍କୁ, ବୀମାରେ ନାମ ନଥିବା ସାମ୍ବାଦିକଙ୍କୁ ତୁରନ୍ତ ଟିକା ଦିଆଯାଉ

ଭୁବନେଶ୍ୱର,୦୬/୦୫/୨୦୨୧(ଓଡ଼ିଶା ସମାଚାର)- ସାମ୍ବାଦିକଙ୍କ ଏବେ ଆଗ ଧାଡ଼ିର କରୋନା ଯୋଦ୍ଧା ନିଷ୍ପତି ପାଇଁ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ଆନ୍ତରିକତା ଧନ୍ୟବାଦ ପ୍ରଦାନ କରାଯାଇଛି । ଟିକା ତ ଏବେ ସଭିଁଏ ନେବେ । ତେଣୁ ସାମ୍ବାଦିକଙ୍କ ପରିବାରଙ୍କୁ ତୁରନ୍ତ ଟିକା ପ୍ରଦାନ ପାଇଁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ଦାବି କରାଯାଇଛି । ସେହିପରି ବୀମା ନଥିବା ସାମ୍ବାଦିକଙ୍କୁ ମଧ୍ୟ ଟିକା ତୁରନ୍ତ ଦିଆଯାଉ ବୋଲି ଦାବି କରାଯାଇଛି । ମଂଚର ଆବାହକ ଲିଙ୍ଗରାଜ ସାହୁ ଏନେଇ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଦାବି ଜଣାଇଛନ୍ତି । ଶ୍ରୀ ସାହୁ କହିଛନ୍ତି ଯେ, ଏହି ଯୋଦ୍ଧା ବହୁ କ୍ଷେତ୍ରରେ ଅବହେଳା ହେଉଛନ୍ତି । ଗ୍ରାମାଂଚଳରେ ଆର୍ଥିକ ଅନାଟନ ଦେଇ ମଧ୍ୟ ବହୁ ସାମ୍ବାଦିକ ଗତି କରୁଛନ୍ତି । ଏମାନଙ୍କୁ ଆର୍ତିକ ସହାୟତା ପ୍ରଦାନ କରାଯାଉ । ସେହିପରି ସମ୍ମୁଖ ଯୋଦ୍ଧା ମାନଙ୍କ ପାଇଁ ଯେପରି ମୃତୁ୍ୟରେ ୫୦ଲକ୍ଷ ଟଙ୍କା ଘୋଷଣା ରହିଛି ସେହିପରି ସାମ୍ବାଦିକଙ୍କ କ୍ଷେତ୍ରରେ ୧୫ଲକ୍ଷକୁ ୫୦ଲକ୍ଷ ଘୋଷଣା ହେବା ପାଇଁ ନିବେଦନ କରାଯାଇଛି । ଏଥି ସହ ସାମ୍ବାଦିକମାନଙ୍କୁ ସ୍ୱତନ୍ତ୍ର ଭାବେ ଶିଘ୍ର ଟିକା ବ୍ୟବସ୍ଥା କରିବାକୁ ସାମ୍ବାଦିକ ମିଳିତ ମଂଚର ଆବାହକ ଲିଙ୍ଗରାଜ ସାହୁ ନିବେଦନ କରିଛନ୍ତି । କରୋନା ସମୟରେ ସାମ୍ବାଦିକମାନେ ସତର୍କ ହୋଇ କାର୍ଯ୍ୟ କରିବାକୁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ନିବେଦନ କରାଯାଇଛି । କରୋନାର ଦ୍ୱିତୀୟ ଲହରୀରେ ଓଡ଼ିଶାରେ ବହୁ ସାମ୍ବାଦିକ ପ୍ରାଣ ହରାଇଲେଣି । ବହୁ ସାମ୍ବାଦିକ ଏହି ରୋଗରେ ଆକ୍ରାନ୍ତ ହେଲେଣି । ଏଥି ପାଇଁ ସତର୍କ ରହି କାର୍ଯ୍ୟ କରିବାକୁ ନିବେଦିନ କରାଯାଇଛି । ସ୍ୱର୍ଗପ୍ରାପ୍ତି ହୋଇଥିବା ସାମ୍ବାଦିକଙ୍କୁ ସାମ୍ବାଦିକ ମିଳିତ ମଂଚ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ପୁଣି ଦାବି ଦୋହରାଇଛି ସାମ୍ବାଦିକ ମିଳିତ ମଂଚ । ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠି ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବିମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବିମାରେ ସାମ୍ବାଦିକଙ୍କ ବାପା ଓ ମା’ଙ୍କୁ ଅନ୍ତର୍ଭୁକ୍ତ କରିବା କିମ୍ବା ସାମ୍ବାଦିକଙ୍କ ବାପା’ମା’ଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଉ । ସେହିପରି ସାମ୍ବାଦିକଙ୍କୁ ଯୁଦ୍ଧ କାଳୀନ ଭିତିରେ ମାଗଣାରେ କରୋନା ଟିକା ପ୍ରଦାନ ସହ ସଚିବାଳୟ ଯିବା ବାରଣକୁ ଉଠାଯାଉ ବୋଲି ସାମ୍ବାଦିକ ମିଳିତ ମଂଚର ଆବାହକ ଲିଙ୍ଗରାଜ ସାହୁ କହିଛନ୍ତି । ଅନେକ ସମୟରେ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହୋଇଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ମଂଚ ପକ୍ଷରୁ ନିବେଦନ କରାଯାଇଛି । ବିଭିନ୍ନ ସାମ୍ବାଦିକଙ୍କ ବାପା ମା’ ଗ୍ରାମରେ ରହୁଛନ୍ତି । ସେମାନଙ୍କ ସୁବିଧା ପାଇଁ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମ୍ବାଦିକମାନେ ଉପକୃତ ହେବେ । ସେହିପରି ବିଭିନ୍ନ କଲ୍ୟାଣ ପାଣ୍ଠିକୁ ସରକାର ବୃଦ୍ଧି କରୁଥିବା ବେଳେ ସାମ୍ବାଦିକ ସ୍ୱାସ୍ଥ୍ୟ ବିମାକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମଂଚ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.