Saturday , June 3 2023
Breaking News
Home / ବିଶେଷ / ଲକ ଡ଼ାଉନର ପ୍ରଥମ ଦିନରେ ଦିନ ୧୨ଟା ପରେ ନିରାକାରପୁର ବଜାର ଶୂନଶାନ

ଲକ ଡ଼ାଉନର ପ୍ରଥମ ଦିନରେ ଦିନ ୧୨ଟା ପରେ ନିରାକାରପୁର ବଜାର ଶୂନଶାନ

 ନିରାକାରପୁର, ୦୬/୦୫/୨୦୨୧(ଓଡ଼ିଶା ସମାଚାର)-ଲକ ଡ଼ାଉନର ପ୍ରଥମ ଦିନରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଉପରେ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା । ସକାଳୁ ଦିନ ୧୨ଟା ପର୍ଯ୍ୟନ୍ତ ଲୋକମାନେ ଭିଡ଼ ଜମାଇବା ସହ ଗାଡ଼ିମଟର ଧରି ବଜାରରେ ବୁଲିଥିଲେ । ପରେ ଦିନ ୧୨ଟା ପରେ ବଜାର ଘାଟ ଶୂନଶାନ ହୋଇଯାଇଥିଲା । ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଇଥିଲା । କିନ୍ତୁ ନିରାକାରପୁର ପାଖାପାଖି ଗାଁ ମାନଙ୍କରେ କିଛି କିଛି ଦୋକାନ ବଜାର ଖୋଲା ଥିବାର ଦେଖିବାକୁ ମିଳିଥିଲା । ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଇଥିବାବେଳେ ଆଜି ରାତି ସମୟରେ ନିରାକାରପୁର ଓ ଜଙ୍କିଆ ପୋଲିସ ବାହାରେ ବୁଲୁଥିବା ବିଭିନ୍ନ ଲୋକମାନଙ୍କୁ ପଚରାଉଚରା କରି ବାହାରେ ନ ବୁଲିବାକୁ ବାରଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.