ରଘୁନାଥପୁର ,୦୬/୦୫/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ ରେ ସରକାରଙ୍କ ବଦଳି ନୀୟମ କାମ କରୁନଥିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ନିୟମ ଏଠାରେ କାମ କରୁନଥିବାରୁ ବିଭିନ୍ନ ପ୍ରଶାସନିକ ଅଧିକାରୀମାନଙ୍କ ଉଦାସିନତା ପରିଲକ୍ଷିତ ହେବା ସହିତ ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ କାର୍ୟ୍ୟକାରୀ ହୋଇପାରୁନାହିଁ । ରଘୁନାଥପୁର ବ୍ଲକ୍ ରେ ୫ ବର୍ଷ ରୁ ଅଧିକ ସମୟ ଏଠାରେ ଆସ୍ଥା ଜମାରଇ ରହିଥିବା ବେଳେ କେତେକ କର୍ମଚାରୀ ୧୦ ବର୍ଷ ରୁ ଉଦ୍ଧ୍ୱର୍ ସମୟ ଏହି ଗୋଟିଏ ଯାଗାରେ ଥିବାରୁ ସାଧାରଣ ଲୋକମାନଙ୍କୁ ବେଖାତିର କରିବା ସହିତ ଅନ୍ୟ କିଛି ଲୋକ ବ୍ଲକ୍ କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେବି ସେମାନଙ୍କର କୌଣସି କାର୍ୟ୍ୟ ହେଉନାହିଁ । ଏହିପରି ବିଭିନ୍ନ ପଂଚାୟତରେ ହେଉଥିବା ଉନ୍ନୟନ କାର୍ୟ୍ୟ ଦୀର୍ଘ ଦିନ ହେଲା ସରିଥିଲେ ମଧ୍ୟ ସେମାନଙ୍କର ବିଲ ପେମେଂଟ ନହେବା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ବ୍ଲକ୍ ରେ ଥିବା କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ଗ୍ରାବ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ସମନ୍ୱୀତ ଶିଶୁ ବିକାଶ ବିଭାଗ, ରାଜସ୍ୱ ବିଭାଗରେ ମଧ୍ୟ ବିଭିନ୍ନ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିକଟରେ ରାଜ୍ୟ ସରକାରଙ୍କର ବଦଳି ନୀୟମ କାମ କରୁନଥିବାରୁ ଏ ସମସ୍ତ ବିଭାଗରେ ଗ୍ରାମାଂଚଳରେ ସାଧାରଣ ଜନତା ନିଜର ସାଧାରଣ କାମଟିଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଚନ୍ତି । ଏଠାରେ ଥିବା ଅନେକ କର୍ମଚାରୀ ରାଜନୀତି ବ୍ୟକ୍ତି ବିଶେଷଙ୍କ ବାହୁ ଛାୟା ତଳେ ରହି ନିଜର ବଦଳି ନୀୟମକୁ ବାତିଲ କରିବାରେ ମଧ୍ୟ ସଫଳ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲାପାଳ ବିଭିନ୍ନ ବିଭାଗର ସଚୀବ ଓ ରାଜ୍ୟ ସରକାର ଏଠାରେ ବଦଳି ନୀୟମକୁ କଡ଼ା କଙ୍ଗÿିଭାବେ ଲାଗୁ କରିବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର