କଟକ, ୦୬/୦୫/୨୦୨୧(ଓଡ଼ିଶା ସମାଚାର)- କରୋନାର ଦ୍ୱିତିୟ ଲହର ସାରା ରାଜ୍ୟକୁ ଗ୍ରାସ କରିଥିବାବେଳେ ଏଥିରୁ ମୁକ୍ତି ପାଇବା ପାଇଁ ସରକାର ରାଜ୍ୟ ସାରା ଲକ ଡ଼ାଉନ୍, ସଟ ଡ଼ାଉନ୍ କଟକଣା ଲାଗୁ କରିଥିବାବେଳେ କିଶନନଗର ଥାନା ମାହାଳହାଟ ଫାଣ୍ଡି ଅଧିନରେ ଥିବା ମହମ୍ମଦପୁର ପଂଚାୟତର ବିଲହାଟ ବଜାରରେ ଏହାର କୌଣସି ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳିଛି । ଏହି ହାଟଟି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର । ଏହି ବଜାରରେ ୫ ଶହ ରୁ ଉଦ୍ଧ୍ୱର୍ ଦେକାନ ଥିବାବେଳେ ସପ୍ତାହକୁ ୨ ଥର ପନି ପରିବା ହାଟ ମଧ୍ୟ ବସିଥାଏ । ତେବେ ସରକାରଙ୍କ ୧୪ ଦିନିଆ ଲକ ଡ଼ାଉନ୍ ସମୟରେ ଦୈନିକ ଏବଂ ସାପ୍ତାହିକ ହାଟ ଉପରେ କଟକଣା ଲଗାଯାଇଛି । ଆଜି ଗୁରୁବାର ସକାଳୁ ଏଠାରେ ସାପ୍ତାହିକ ପରିବା ହାଟ ବଜାରର ମୁଖ୍ୟ ରାସ୍ତା ଉପରେ ଚାଲୁଥିବାବେଳେ ଏଠାରେ କୌଣସି ବ୍ୟବସାୟୀ ସାମାଜିକ ଦୂରତା ରଖିନଥିଲେ ଓ ମାସ୍କ ପରିଧାନ କରିନଥିବା ଲକ୍ଷ କରାଯାଇଥିଲା । ଏକ ପାଖିଆ ରାସ୍ତାର ଦୁଇ ପଟରେ ବ୍ୟବସାୟୀମାନେ ବସି ବେପାରର ଆସର ମେଲାଇ ଥିବାରୁ ରାସ୍ତା ମଝିରେ ଚାରି ଚକିଆ ଓ ଦୁଇ ଚକିଆ ଯାନ ସାଧାରଣ ଲୋକଙ୍କ ଯାତାୟତରେ ନାହିଁ ନଥିବା ଅସୁବିଧା ସୃଷ୍ଟି କରୁଥିଲା ଓ ରାସ୍ତାରେ ହାଟୁଆ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏଠାରେ ପ୍ରଶାସନ ତରଫରୁ କୌଣସି ଆଗୁଆ ସୂଚନା ପ୍ରଦାନ କରାଯାଇନଥିବାରୁ ଲୋକମାନଙ୍କ ମଧ୍ୟରେ କରୋନା ସଚେତନତା ନଥିବା ପରିଲକ୍ଷିତ ହୋଇଥିଲା ।
ସକାଳ ୬ ଟାରୁ ରାସ୍ତା ଉପରେ ପରିବା ହାଟ ଚାଲିଥିଲା ଓ ନାହିଁ ନଥିବା ଭିଡ଼ ହୋଇଥିବାବେଳେ ସ୍ଥାନୀୟ ପୋଲିସ ପ୍ରଶାସନ କିମ୍ବା ପ୍ରଶାସନିକ ଅଧିକାରୀ ଙ୍କର ଦେଖା ମିଳିନଥିଲା । ସରକାର ଚାଲି ଚାଲି ଯାଇ ପରିବା କିଣିବା ପାଇଁ କହିଥିବାବେଳେ ଏହି ନ ଆସି ରାସ୍ତା କଡ଼ରେ ଗାଡ଼ି ଘୋଡ଼ା ରଖି ପରିବା କିଣିଥିଲେ । ତେବେ ଲୋକମାନେ ମାସ୍କ ପରିଧାନ କରିଥିବାବେଳେ କୌଣସି ବ୍ୟବସାୟୀ ମାସ୍କ ପରିଧାନ କରିନଥିବା ଦେଖାଯାଇଥିଲା ।
କରୋନା ସଂଙ୍କ୍ରମଣକୁ ରୋକିବା ପାଇଁ ଗୁରୁତ୍ୱର ସହ ଦୃଷ୍ଟି ଦେଇ ବିଲହାଟ ବଜାରରେ ଏହି ନୀୟମ ପାଳନ କରାଇବାକୁ ଅଂଚଳର ବୁଦ୍ଧିଜିବୀ ମାନଙ୍କ ପକ୍ଷରୁ କିଶନନଗର ଥାନା ଅଧିକାରୀ ଓ କଟକ ଗ୍ରାମାଂଚଳ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରାଯାଇଛି । ଓଡ଼ିଶା ସମାଚାର