Saturday , April 1 2023
Breaking News
Home / ବିଶେଷ / ପୁନର୍ବାସ ପକ୍ଷରୁ  ଭିନ୍ନକ୍ଷମ ଓ ଅସହାୟ ଲୋକଙ୍କୁ ରାସନ ବଂଟନ

ପୁନର୍ବାସ ପକ୍ଷରୁ  ଭିନ୍ନକ୍ଷମ ଓ ଅସହାୟ ଲୋକଙ୍କୁ ରାସନ ବଂଟନ

କେନ୍ଦ୍ରାପଡ଼ା, ୦୬/୦୫/୨୦୨୧(ଓଡ଼ିଶା ସମାଚାର)- ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ “ପୁନର୍ବାସ” ପକ୍ଷରୁ ସରକାରଙ୍କ ୧୪ ଦିନିଆ  ଲକଡାଉନକୁ ଦୃଷ୍ଟିରେ  ରଖି ଯେଉଁମାନେ ସମାଜରେ ଖୁସି  କଣ  ବୁଝିନଥାନ୍ତି ଏବଂ ବହୁ ଦୁଃଖ କଷ୍ଟରେ  ଚଳିଥାନ୍ତି ସେହି ଗରୀବ ଅସହାୟ ଲୋକମାନଙ୍କୁ  ବିଭିନ୍ନ ରାସନ ସାମଗ୍ରୀ ବନ କରାଯାଇଛି ।  ବିଶ୍ୱ  ମହାମାରି କରୋନା ସମସ୍ତଙ୍କ ପାଇଁ ବିପଦ  ସୃଷ୍ଟି  କରି କାୟା  ବିସ୍ତାର  କରିଚାଲିଥିବା ବେଳେ ସେହି ଅସହାୟମାନଙ୍କୁ କେଭିଡ  ନିୟମ ଅନୁପାଳନ ପୂର୍ବକ “ପୁନର୍ବାସ” ଅନୁଷ୍ଠାନର ଉପଦେଷ୍ଟା ଡଃ. ବିରଜା ପ୍ରସାଦ ରାଉତରାୟଙ୍କ ପରାମର୍ଶ କ୍ରମେ  ଦୁହୁରିଆ ନିକଟସ୍ଥ  ଲେପର କଲୋନି, ତିନିମୁହାଣି ରାମ ମନ୍ଦିର, କାକଟ ଛକ,  ସାନ୍ତସାହି, ଅଯୋଧ୍ୟାନଗର ପ୍ରଭୃତି ସ୍ଥାନକୁ  ଯାଇ  ସଂଜୟ  କୁମାର  ଜେନା, ଏମଡି ଜାହିଦ ଖାନ,  ବଂଶିଧର  ମହାନ୍ତିିି, ରଂଜନ ସ୍ୱାଇଁ, ଗୈାତମ ସାହୁ, ଜ୍ୟୋତିରଂଜନ ନାୟକ, ମନୋଜ ରାଉତ ପ୍ରମୁଖ ଅଟା, ଚାଉଳ, ଡାଲି, ସୁଜି, ତେଲ, ବିସ୍କୁଟ, ମାସ୍କ ଓ ସାବୁନ ପ୍ରଭୃତି ଭିନ୍ନକ୍ଷମ ଓ ଅସହାୟ ଲୋକଙ୍କୁ ବନ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.