କେନ୍ଦ୍ରାପଡ଼ା, ୦୬/୦୫/୨୦୨୧(ଓଡ଼ିଶା ସମାଚାର)- ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସର ବିଜୟ ଓ ମମତା ବାନାର୍ଜୀଙ୍କ ପରାଜୟ ପରେ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ଟିଏମସିର ଗୁଣ୍ଡାମାନଙ୍କ ହିଂସାର ତାଣ୍ଡବ ଓ ରକ୍ତରେ ବିଜୟ ଉତ୍ସବ ପାଳନ ଆରମ୍ଭ ହୋଇଯାଇଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଓ ପ୍ରଶାସନ ଘଟଣାକୁ ଏ ପର୍ଯ୍ୟନ୍ତ ନିନ୍ଦା ନକରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଘଟଣା । ଯାହାଦ୍ୱାରା ଅନେକ ବିଜେପି କାର୍ଯକର୍ତାଙ୍କ ପ୍ରାଣ ଯିବା ସହ ବହୁତ ସଂଖ୍ୟାରେ ଆହତ ହୋଇଛନ୍ତି ଓ ଅନେକ ଲୋକଙ୍କ ଘର ଏବଂ ଦୋକାନ ମଧ୍ୟ ପୋଡା ଯାଇଥିବା ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ସମସ୍ତ ମଣ୍ଡଳରେ ବିଜେପି ନେତୃବୃନ୍ଦ ନିଜ ନିଜ ଘରେ କୋଭିଡ ନିୟମ ଅନୁପାଳନ ପୂର୍ବକ ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ଉପଲକ୍ଷେ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଭର୍ଚୁଆଲ ବୈଠକରେ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ ସରକାରରେ ବର୍ତମାନ ହିଂସାତ୍ମକ ଅରାଜକତା,ହିଂସାର ତାଣ୍ଡବରେ ଯେଉଁ ବିଭତ୍ସ ଦୃଶ୍ୟମାନ ସାମ୍ମନାକୁ ଆସୁଛି ତାହା ଅତ୍ୟନ୍ତ ଚିନ୍ତାଜନକ ,ଭୟାନକ ଓ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଦୋଳଗୋବିନ୍ଦ ନାୟକ, ଅଲେଖ କୁମାର ଜେନା, ସୁନାକର ବେହେରା, ଦୁର୍ଯେ୍ୟାଧନ ସାହୁ,ବିଜୟ ପ୍ରଧାନଙ୍କ ସମେତ ସରୋଜକାନ୍ତ ନାୟକ, ଅଭିମନୁ୍ୟ ଗୋଛାୟତ, ଶଶାଙ୍କ ଶେଖର ସେଠୀ, କୃଷ୍ଣଚନ୍ଦ୍ର ସେଠୀ, ଉପିନ ରାଉତ, ନେହେରୁ ସାହୁ, ସେକ ସଲିମ ଖାଁ, ଅମିତାଭ ସୁଆର, ପ୍ରତିମା ନାୟକ, ବିନ୍ଦୁ ସାଗର ଦାସ, ରଞ୍ଜିତ ଆଚାର୍ଯ୍ୟ, ପ୍ରିୟଦର୍ଶିନି ନନ୍ଦ, ସୁଦାମ ମଳିକ, ସେକ ବୁରହାନ ଅଲ୍ଲୀଙ୍କ ସମେତ ସମସ୍ତ ମଣ୍ଡଳର ସଭାପତି ଓ ବିଭିନ୍ନ ମୋର୍ଚ୍ଚାର ସଦସ୍ୟମାନେ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଉପବାସ ରହିବା ସହ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରତିକାତ୍ମକ ଧାରଣା ପ୍ରଦର୍ଶନ କରିଥିଲେ । ଓଡ଼ିଶା ସମାଚାର