Thursday , March 23 2023
Home / ରାଜନୀତି / ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ହେଲେ ପରୱେଜ ଅଖତର

ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ହେଲେ ପରୱେଜ ଅଖତର

କେନ୍ଦ୍ରାପଡ଼ା, ୦୬/୦୫/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ଛାତ୍ର ସଙ୍ଘ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ର କଂଗ୍ରେସର ସଭାପତି ଚୟନ କରାଯାଇଛି । ସେହି ଅନୁଯାଇ ଭାରତୀୟ ଛାତ୍ର ସଂଘର ଜାତୀୟ ସାଧାରଣ ସମ୍ପାଦକ ତଥା ଓଡିଶା ରାଜ୍ୟ ଦାୟୀତ୍ୱରେ ଥିବା ରୋସନ ଲାଲ ବିଟୁ ଓ ରାଜ୍ୟ ସଭାପତି ସୟଦ ୟାସିର ନୱାଜଙ୍କ ଘୋଷଣା କ୍ରମେ କେନ୍ଦ୍ରାପଡା ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଭାବେ ସେକ୍ ପରୱେଜ ଅଖତରଙ୍କୁ ନିଯୁକ୍ତି ମିଳିଛି । ତାଙ୍କର ଏହି ନିଯୁକ୍ତି ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ଆଗାମୀ ଦିନରେ ଦଳୀୟ ସଂଗଠନକୁ ସେ ମଜଭୁତ କରିବେ ବୋଲି କହିଛନ୍ତି ଅଖତର । ଓଡ଼ିଶା ସମାଚାର

Leave a Reply

Your email address will not be published.