ନିରାକାରପୁର, ୦୬/୦୫/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅର୍ନ୍ତଗତ ଗୋଡ଼ିପଡ଼ା ଟୋଲଗେଟ ନିକଟରେ ଆଜି ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ କି ଟାଙ୍ଗୀ ଥାନା ହାଟବରଡ଼ି ଗା୍ରମ କାଳିଜାଇ ସାହିର ଜିତୁ ବେହେରା(୩୫) ଏକ ବାଇକ ଯୋଗେ ଖୋର୍ଦ୍ଧା ଆଡ଼ୁ ଘରକୁ ଫେରୁଥିଲେ । ହଠାତ ଗୋଡ଼ିପଡ଼ା ଟୋଲଗେଟ ନିକଟରେ ପଛପଟୁ ଏକ ଟ୍ରକ ଦ୍ରୁତଗତିରେ ଆସି ଧକ୍କା ଦେବା ସହ ମୁଣ୍ଡରେ ଚଢିଯାଇଥିଲା । ଘଟଣାସ୍ଥଳରେ ଜିତୁ ବେହେରାଙ୍କ ମୃତ୍ୟୁ ଘଟିଥିଲା । ଜଙ୍କିଆ ପୋଲିସ ଦୁଇଟି ଯାକ ଗାଡ଼ିକୁ ଜବତ କରିବା ସହ ଟ୍ରକ ଡ଼୍ରାଇଭରକୁ ଅଟକ ରଖିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର