Tuesday , March 28 2023
Breaking News
Home / ବିଶେଷ / କୋର୍ଟରେ ବିଚାରଧିନ ମାମଲା ଜମିରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ

କୋର୍ଟରେ ବିଚାରଧିନ ମାମଲା ଜମିରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ

କେନ୍ଦ୍ରାପଡ଼ା, ୦୬/୦୫/୨୦୨୧(ଓଡ଼ିଶା ସମାଚାର)- ଓଡିଶା ଉଚ୍ଚ ନ୍ୟାୟାଳୟରେ ବିଚାରଧିନ ଥିବା ଏକ ମାମଲାର ବିବାଦୀୟ ଜମିରେ ଗୃହ ନିର୍ମାଣ କରାଯାଉଥିବା କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ତହସିଲ ଅନ୍ତର୍ଗତ ଚାନ୍ଦୋଳ ପଂଚାୟତର ବାଙ୍କିମୁଣ୍ଡାଇ ମୈାଜାର ଖାତା ନମ୍ବର – ୭୧ ଓ ପ୍ଲଟ ନମ୍ବର -୨୩୭ରେ ଥିବା ଏ.୦୫ଡିସିମିଲ ଜମି ଉପରେ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଡବ୍ଲୁପିସି ନଂ- ୬୩୩୯/୨୦୧୯ ବିଚାରଧିନ ରହିଛି । କିନ୍ତୁ ସେହି ବିବାଦୀୟ ଜମି ଉପରେ ବେଆଇନ ଭାବେ ସେହି ଗ୍ରାମର ଜନୈକ ବ୍ୟକ୍ତି ଗୃହ ନିର୍ମାଣ କରୁଥିବା ଉପଜିଲ୍ଲାପାଳଙ୍କ ନିକଟରେ ଦିଲ୍ଲିପ କୁମାର ମହାନ୍ତି ଏକ ଅଭିଯୋଗ ଦାଖଲ କରିବା ପରେ ଉପଜିଲ୍ଲାପାଳ ସେହି ଅଭିଯୋଗର ତଦନ୍ତ ପାଇଁ ସଦର ଥାନାକୁ ନିର୍ଦେଶ ଦେଇଥିଲେ । ଥାନା ପକ୍ଷରୁ ସେହି ଘଟଣାର ତଦନ୍ତ କରାଯାଇ ବେଆଇନ ଭାବେ ବିବାଦୀୟ ଜମିରେ ଗୃହ ନିର୍ମାଣ କରାଯାଉଥିବାରୁ ଘଟଣାସ୍ଥଳରେ ଶାନ୍ତିଭଙ୍ଗ ହେବାର ଆଶଙ୍କା ରହିଛି ବୋଲି ଉପଜିଲ୍ଲାପାଳଙ୍କୁ ଜଣାଇଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.