କେନ୍ଦ୍ରାପଡ଼ା, ୦୬/୦୫/୨୦୨୧(ଓଡ଼ିଶା ସମାଚାର)- କରୋନା ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ରାପଡାର ପ୍ରସିଦ୍ଧ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଭିତରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଶ୍ରୀବଳଦେବଜୀଉ ଦେବୋତରସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି ଯେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ମୁଖ୍ୟ ଶାସନ ସଚିବଙ୍କ ଆଦେଶ ଅନୁଯାଇ ମଇଁମାସ ୫ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଘୋଷଣା କରାଯାଇଥିବାରୁ ଶ୍ରୀଜୀଉଙ୍କମନ୍ଦିର ଭିତରକୁ ଦର୍ଶନ ନିମନ୍ତେ ସର୍ବସାଧାରଣ ଭକ୍ତଙ୍କ ପ୍ରବେଶକୁ ନିଷେଧ କରାଯାଇଛି । କିନ୍ତୁ ଶ୍ରୀଜୀଉଙ୍କ ଦୈନିକ ନୀତିକାନ୍ତି ନିମନ୍ତେ ନିୟୋଜିତ ସେବକ ଓ କର୍ମଚାରୀମାନେ ମନ୍ଦିର ଭିତରକୁ ଯାଇପାରିବେ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ପତ୍ରୀ ସୂଚନା ଦେଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଆଦେଶ ବଳବତର ରହିବ । ଓଡ଼ିଶା ସମାଚାର