ତିର୍ତୋଲ,୦୬/୦୫/୨୦୨୧(ଓଡ଼ିଶା ସମାଚାର)- କରୋନା ନେଇଛି ଜଣେ ଯୁବ ଇଂଜିନିୟରଙ୍କ ଜୀବନ । ମିଳିଥିବା ତାଜା ସୂଚନା ଅନୁସାରେ ଜଗତସିଂହପୁର ଜିଲା ତିର୍ତୋଲ ଥାନା ଅନ୍ତର୍ଗତ ବିଜିପୁର ଗ୍ରାମର ଦେବେନ୍ଦ୍ର ପ୍ରସାଦ ମହାନ୍ତି ଙ୍କ ପୁଅ ଇଂ ପ୍ରଭାସ ରଂଜନ ମହାନ୍ତି (୪୧) ଦିଲୀସ୍ଥିତ ଅଟୋଲିଭ କମ୍ପାନୀରେ ସିନିଅର ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ସେଠାରେ ସେ କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ଗତ ୪ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି । ଓଡ଼ିଶା ସମାଚାର