Sunday , March 26 2023
Breaking News
Home / ବିଶେଷ / ସାଲେପୁର ସହର ରେ ଲକ ଡାଉନର ପ୍ରଥମ ଦିନ :ଯାଞ୍ଚ କଡାକଡି

ସାଲେପୁର ସହର ରେ ଲକ ଡାଉନର ପ୍ରଥମ ଦିନ :ଯାଞ୍ଚ କଡାକଡି

ସାଲେପୁର,୦୫/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ଲକଡାଉନ ର ପ୍ରଥମ ଦିନରେ କଟକ ଜିଲ୍ଲା ସାଲେପୁର ସହରାଞ୍ଚଳ ରେ କୋଭିଡ ମୁକାବିଲା ପାଇଁ ଲକଡାଉନ କଡାକଡି ହୋଇଥିବା ଦେଖିବାକୁ ମିଳିଛି ।
କରୋନା ମହାମାରୀ ର ଦ୍ୱିତୀୟ ଲହର କୁ ରୋକିବା ପାଇଁ ସରକାର ଜାରି କରିଥିବା ୧୪ ଦିନିଆ ଲକଡାଉନ ବ୍ୟବସ୍ଥାର କଟକଣା କୁ ଲୋକେ ସ୍ୱତଃ ମାନୁଥିବା ବେଳେ କିଛି ଅମାନିଆ ଙ୍କୁ ପୋଲିସ ତାଗିଦ କରିବା ସହ ଫାଇନ ମଧ୍ୟ କାଟୁଛି। ସ୍ଥାନେ ସ୍ଥାନେ ପୋଲିସ ଜଗିରହି ଲୋକଙ୍କୁ ଚେକିଙ୍ଗ କରୁଛି । କିଛି ଅମାନିଆ ଙ୍କଠୁ ଫାଇନ ମଧ୍ୟ ଆଦାୟ କରାଯାଉଛି । ଏହି ୧୪ଦିନିଆ ଲକଡାଉନ ସମୟରେ ଗ୍ରୋସରି ଦୋକାନ,ପନିପରିବା ,ମାଛ ମାଂସ,ଔଷଧ ଦୋକାନ ଖୋଲା ରହି ଥିବା ଦେଖିବାକୁ ମିଳିଛି ।ଜରୁରୀ କାଳୀନ ଗାଡି ବ୍ୟତୀତ ଅନ୍ୟାନ୍ୟ ଗାଡିମଟର ଚଳା ଚଳ ବନ୍ଦ ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.