Saturday , December 10 2022
Home / ସ୍ୱାସ୍ଥ୍ୟ / ଶୃଙ୍ଖଳାର ସହ ଚାଲିଛି ଟୀକାକରଣ

ଶୃଙ୍ଖଳାର ସହ ଚାଲିଛି ଟୀକାକରଣ

ଭୁବନ ୦୫/୦୫/୨୦୨୧(ଓଡ଼ିଶା ସମାଚାର)- ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ଟୀକାକରଣ ଚାଲିଛି । ପୂର୍ବଭଳି ଆଉ ଗହଳି ହେଉନାହିଁ କି ଠେଲାପେଲା ମଧ୍ୟ ହେଉନାହିଁ । ଟୀକାକରଣର ଦିନକ ପୂର୍ବରୁ ଆଧାର କାର୍ଡ ସଂଗ୍ରହ କରି ନିଆଯାଉଥିବାରୁ ତହିଁ ପରଦିନ ଲୋକମାନେ ସୁବିଧାରେ ଟୀକା ଦେଉଛନ୍ତି । ୧୮ ବର୍ଷରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ଏବେ ଟୀକା ଦିଆଯାଉନଥିବା ବେଳେ ୪୫ ରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତି ମାନଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ ଟୀକା ଦିଆଯାଉଛି । ପୂର୍ବରୁ ଦୈନିକ ୧୫୦ ଲୋକଙ୍କୁ ଟୀକା ଦିଆଯାଉଥିବା ବେଳେ ଏବେ ଦୈନିକ ଦୁଇଶହ ଲୋକଙ୍କୁ ଟୀକା ଦିଆଯାଉଛି । ଆଜିସୁଦ୍ଧା ଭୁବନ ସିଏଚସିରେ ୬୬୬୮ ଜଣ ଟୀକା ନେଇଥିବା ସଂପର୍କରେ ମେଡିକାଲ ଇନଚାର୍ଜ ଡା.ରମେଶ କୁମାର ସାହୁ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.