Sunday , March 26 2023
Breaking News
Home / ବିଶେଷ / ମାଟି ମାଫିଆଙ୍କ ଭୂସ୍ୱର୍ଗ ଏରଡ଼ଙ୍ଗା ପଂଚାୟତ 

ମାଟି ମାଫିଆଙ୍କ ଭୂସ୍ୱର୍ଗ ଏରଡ଼ଙ୍ଗା ପଂଚାୟତ 

ତାରପୁର, ୦୫/୦୫/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ଛପଡ଼ା ରାଜସ୍ୱ ସର୍କଲ ଅଧିନରେ ଥିବା ଏରଡ଼ଙ୍ଗା ପଂଚାୟତ ମାଟି ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ରଘୁନାଥପୁର ରାଜସ୍ୱ ବିଭାଗ ଏ ବାବଦରେ ଅବଗତ ଥିଲେ ମଧ୍ୟ କର୍ମଚାରୀ ଅଭାବରୁ କିଛି କରି ପାରୁନଥିବା ରାଜସ୍ୱ ନିରୀକ୍ଷକ ପ୍ରକାଶ କରିଥିବାବେଳେ ରଘୁନାଥପୁର ତହସିଲଦାରଙ୍କ ଉଦାସିନତା ମାଟି ମାଫିଆ ମାନଙ୍କ ପାଇଁ ଭଗବାନଙ୍କ ଆଶିର୍ବାଦ ପାଲଟିଛି । ସୂଚନାଯୋଗ୍ୟ କି ଏହି ପଂଚାୟତର ପାଣ୍ଡରା ଗ୍ରାମ ଦେଇ ଯାଇଥିବା ହଂସୁଆ ଡ଼୍ରେନେଜର କଡ଼ରେ ଥିବା ଏକର ଏକର ସରକାରୀ ଜମିରୁ ଦିନ ଦ୍ୱିପ୍ରଦରରେ ମାଟି ମାଫିଆ ମାନେ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ଶହ ଶହ ଟି୍ରପ୍ ମାଟି ବିକ୍ରି କରୁଥିବାବେଳେ ରଘୁନାଥପୁର ରାଜସ୍ୱ ବିଭାଗ ଏମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ । ଫଳରେ ପ୍ରତ୍ୟେକ ବର୍ଷ ଜଗତସିଂହପୁର ଡ଼୍ରେନେଜ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହଂସୁଆ ବନ୍ଧ ସୁଦୃଢ଼ୀକରଣ କରୁଥିବାବେଳେ ସ୍ଥାନୀୟ କିଛି ମାଟି ମାଫିଆ ହଂସୁଆ କଡ଼ରେ ଥିବା ମୂଲ୍ୟବାନ ଜମିରୁ ମାଟି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଥିବାବେଳେ ରାଜସ୍ୱ ବିଭାଗ ଓ ମାଟି ମାଫିଆଙ୍କ ମଧ୍ୟରେ ଭିତିରି ସମ୍ପର୍କ ଥିବା ସ୍ଥାନୀୟ ଅଂଚଳରେ ଆଲୋଚନାର ବିଷୟ ପାଲଟିଛି ।  ଏପରିକି ଏହି ମାଟିରେ ପାଣ୍ଡରା ଗ୍ରାମର କିଛି ବେଆଇନ ଇଟାଭାଟି ମାଲିକ ଲକ୍ଷ ଲକ୍ଷ ସଂଖ୍ୟାରେ ଇଙ୍କା ବିକ୍ରି କରୁଥିଲେ ମଧ୍ୟ ରଘୁନାଥପୁର ତହସିଲଦାର ସେଥିପ୍ରତି ଆଖି ବୁଜି ଦେଇଛନ୍ତି ।  ଏ ବିଷୟରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି କି ୨ ଟି ରାଜସ୍ୱ ସର୍କଲ ଯଥା ରେଢ଼ୁଆ ଓ ଛପଡ଼ାରୁ ଜଣେ ମାତ୍ର ରାଜସ୍ୱ ନିରୀକ୍ଷକ କାର୍ଯ୍ୟ କରୁଥିବାରୁ ତାଙ୍କ ଅନୁପସ୍ଥିତିରେ ମାଟି ମାଫିଆ ମାନେ ସକ୍ରିୟ ରହୁଛନ୍ତି । ତେବେ ଏ ବିଷୟରେ  ରଘୁନାଥପୁର ତହସିଲଦାର ରୁପାଲିକା ଦାସ ଙ୍କୁ ଯୋଗାଯୋଗ କରିବାରେ ସେ ଫୋନ ଉଠାଇନଥିବାବେଳେ ଜଗତସିଂହପୁର ଜିଲାପାଳ ଏହାକୁ ଗୁରୁତ୍ୱର ସହ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.